ରମ୍ଭା କୋଭିଡ଼ କେନ୍ଦ୍ରର ପରିଚାଳନା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ପଡୁ….

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ପକ୍ଷରୁ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ କୋଟି କୋଟି ଟଙ୍କା ରୋଗୀଙ୍କ ଚିକିତ୍ସା ଓ ସେମାନଙ୍କୁ ଭଲ ଖାଦ୍ୟ ଯୋଗାଇବା ଜିଲ୍ଲାପାଳଙ୍କ ଦ୍ଵାରା ଖର୍ଚ୍ଚ କରାଯାଉଥିବା ବେଳେ ଜିଲ୍ଲାପାଳମାନେ ବ୍ଲକ ଅଧିକାରୀଙ୍କ ଦ୍ଵାରା ସେହି ଟଙ୍କା ବ୍ଲକରେ ଥିବା ତଥା ବିଭିନ୍ନ ଅଞ୍ଚଳରେ କୋଭିଡ ମେଡିକାଲରେ ସବୁ ସୁବିଧା ଯୋଗାଇବା ପାଇଁ ଦିଆଯାଇଥାଏ । ତେବେ ଏହା କେଉଁ ଦିଗରେ ଖର୍ଚ୍ଚ ହେଉଛି କାହା ଠାରୁ ଉତ୍ତର ମିଳୁ ନାହିଁ । ରମ୍ଭା କୋଭିଡ କେନ୍ଦ୍ରକୁ ପରିବେଶ ପରିଛନ୍ନ, ସଚେତନ, ସାନିଟାଇଜର, ପିଇବା ପାଣି, ବିଦ୍ୟୁତ ସମେତ ଅନେକ ଆନୁସଙ୍ଗିକ ଉପରେ ଅର୍ଥ ପ୍ରଦାନ କରାଯାଇଛି । ଦୌନିକ କୋଭିଡ କେନ୍ଦ୍ର ଅନ୍ତେ ବାସୀ ବ୍ୟକ୍ତି ଖାଦ୍ୟ ପାଇଁ ୨୪୦ଟଙ୍କା ଆସିଥାଏ । କିନ୍ତୁ ଏହା ନିମ୍ନ ମାନର ଖାଦ୍ୟ ପରିବେଷଣ କରାଯାଇଛି । ତା ବି ମଧ୍ୟାହ୍ନ ୨ଟା ପରେ ବିଳମ୍ବରେ ଦିଇଯାଇଥିବା ଅଭିଯୋଗ ହେଉଛି । ପ୍ରବାସୀ ରହଣି ଵ୍ୟକ୍ତିଙ୍କ ଠାରୁ ପଜେଟିଭି ଚିହ୍ନଟ ଖାଦ୍ୟ ଦେବା ପାଇଁ ୧୨ ଲକ୍ଷ ଟଙ୍କା କୁଆଡେ ଅର୍ଥ ସାଦ ହୋଇଥିବା ଖବର ମିଳିଛି । ରେଡ଼ ଜୋନ ଗେଟ ବାଉଁଶ ନିର୍ମିତ ୯ଟି ଗେଟ ପାଇଁ ୧ଲକ୍ଷ ୩୦ହଜାର ଟଙ୍କା ବିନିଯୋଗ ହୋଇଥିବା ସମୀକ୍ଷାରୁ ଜଣାପଡିଛି । ଏତଦବ୍ୟତୀତ କୋଭିଡ କେନ୍ଦ୍ରର ଲେଟିନ ଓ ବାଥରୁମର ସଫାସୁତୁରା ନ ଥିବା, ଘର ଭିତରେ ପାଣି ଲହଡି ମାରୁଥିବା, ଘର ଭିତରକୁ ଗଛ ଚେର ଅନାଧିକାର ପ୍ରବେଶ, ସାପଶୁପାଙ୍କ ଆତଯାତ, ଭିଟାମିନ ସି ବଟିକା ଅଭାବ, ମସାରି ପ୍ରଦାନ ସମେତ ଅନେକ ଆନୁସଙ୍ଗିକ ଅଭାବ ଅସୁବିଧା ସବୁ ଦେଖିବାକୁ ମିଳିଛି । ଏଠାକୁ ଆସିଥିବା ଉନ୍ନତି ପାଇଁ ଟଙ୍କା ହେଲେ ଯନ୍ତ୍ରୀ ନିଜେ ଠିକାଦାର ସାଜି କୁଆଡେ ଚଳୁ କରି ଦେଇନାହାନ୍ତି ତ ବୋଲି ୧୫ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର ଓ ମତ୍ସ୍ୟଜୀବୀ ନେତା ଭୀମସେନ ବେହେରା ଅଭିଯୋଗ କରିଛନ୍ତି । ଯଦି ଘଟଣା ସତ୍ୟ ହୁଏ ତାହା ହେଲେ ଆଗାମୀ ଦିନରେ ଦଳ ପକ୍ଷରୁ ଆନ୍ଦୋଳନ ପନ୍ଥା ଗ୍ରହଣ କରିବୁ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା