ରମ୍ଭାରେ ସମ୍ବିଧାନ ଦିବସ ପାଳିତ…

ଛତ୍ରପୁର/ରମ୍ଭା (ସମୃଦ୍ଧ ଓଡିଶା) ରମ୍ଭାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ୨୬ ନଭେମ୍ବର ୧୯୪୯ ମସିହାରେ ସମ୍ଭିଧାନ ବା ଜାତୀୟ ଆଇନ ଗଠନ କରିଥିଲେ । ଏହି ସମ୍ଭିଧାନକୁ ଗଠନ କରିବା ପାଇଁ ୨ ବର୍ଷ ୧୧ ମାସ ୧୮ ଦିନ ଲାଗିଥିଲା ବେଳେ ୪୪ଟି ଦେଶର ଆଇନକୁ ପାଠ କରି ଏକ ଉନ୍ନତ ମାନର ଆଇନ ଗଢ଼ି ଥିଲେ । ଏଥିରେ ୪୪୮ ଆର୍ଟିକେଲ ୨୫ ଭାଗ ୧୨ଟି ସେଡୁଲଡ଼ରେ ଅନ୍ତର୍ଭୁକ୍ତ । ଏହି ସମ୍ବିଧାନ ବିଶ୍ୱ ବାସୀର ପ୍ରିୟ ଭାଜନ ହୋଇଥିଲେ ଯାହା ସମ୍ପୂର୍ଣ ପ୍ରଭୁତା ସମ୍ପନ୍ନ ସମାଜ ବାଦୀ, ଧର୍ମ ନିରପେକ୍ଷ, ଲୋକତନ୍ତ୍ରାତ୍ମକ, ନ୍ୟାୟ ସ୍ୱାଧୀନତା, ସମାନତା ଭାତୃତ୍ୱ ସମ୍ଭିଧାନ ଏତ ଦ୍ୱାରା ପଞ୍ଜିକୃତ ଅଧିନିୟମ ଅଟେ । ସମସ୍ତ ଗରିବ, ଦଳିତ ପଛୁଆ, ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସୁବିଧା ଏହି ସମ୍ବିଧାନ ବା ଜାତୀୟ ଆଇନ ଦିବସ ରୂପେ ପରିଗଣିତ । ସ୍ଥାନୀୟ ଅଞ୍ଚଳର ଦଳିତ ନେତା ଭୀମସେନ ବେହେରା ବିଭିନ୍ନ ଅଞ୍ଚଳରେ ଏହିଭଳି ବକ୍ତବ୍ୟ ପ୍ରଦାନ କରିବା ସହ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗତ ଚନ୍ଦ୍ର ବେହେରା ଯୋଗଗୁରୁ ରବୀନ୍ଦ୍ର ବେହେରା ମଧ୍ୟ ଆଇନ ସମ୍ବନ୍ଧରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବାସନ୍ତୀ ନାୟକ, ଗୀତା ନାୟକ, କାଳିଆ ନାୟକ ସମସ୍ତ ଦଳିତ ସମୂହ ଅନ୍ୟାନ୍ୟ ସଚେତନ ନାଗରିକ ଅଂଶ ଗ୍ରହଣ କରି ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା