ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ପ୍ରାର୍ଥୀ ଘୋଷଣା କଲା ଏବିଭିପି

ଭୁବନେଶ୍ୱର(ଆକାଶ ମିଶ୍ର): ପାଖେଇ ଆସୁଛି ଛାତ୍ର ସଂସଦ ନିର୍ବାଚନ । କଲେଜ କ୍ୟାମ୍ପସରେ ରାଜନୀତିର ଉଷ୍ମତା ସାଙ୍ଗକୁ ନିର୍ବଚନୀ ରଣନୀତୀ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଲାଣି । ରାଜଧାନୀର ପ୍ରମୁଖ କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ ନେଇ ତିନି ପ୍ରମୁଖ ଦଳ ଗୁଡିକ ନିଜ ନିଜର ପ୍ରାର୍ଥୀ ଘୋଷଣା କରିବା ପାଇଁ ଯୋଜନା ଆରମ୍ଭ କରିଦେଇଛନ୍ତି । ଏମିତିକି ବିଜେବି କଲେଜ, ରମାଦେବୀ ବିଶ୍ୱବିଦ୍ୟାଳୟ ସହ ବିଭିନ୍ନ କଲେଜରେ ଛାତ୍ରସଂଗଠନ ଗୁଡିକ ନିଜର ପ୍ରାର୍ଥୀ ଘୋଷଣା କରିସାରିଲେଣି। ରାଜଧାନୀର ବିଭିନ୍ନ କଲେଜରେ ପୋଷ୍ଟର ସାଙ୍ଗକୁ ବ୍ୟାନର ଛାଇ ହୋଇ ଯାଇଛି ।ଅକ୍ଟୋବରରେ ୧୨ରେ ଛାତ୍ର ସଂସଦ ନିର୍ବାଚନ । ଏହି ସୂଚନା ପରେ ବିଭନ୍ନ ଛାତ୍ର ସଂଗଠନ ଯଥା ଏବିଭିପି, ଛାତ୍ର କଂଗ୍ରେସ, ବିସିଜେଡି ସମେତ ପ୍ରମୁଖ ଛାତ୍ର ସଂଗଠନ ନିର୍ବାଚନରେ ବାଜିମାତ କରିବା ପାଇଁ ଅଙ୍କ କଷୁଛନ୍ତି। ଇତି ମଧ୍ୟରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି ) ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ରେ  ସଭାପତି ପ୍ରାର୍ଥୀ ରୂପେ ସୁଶ୍ରୀ ଇପ୍ସିତା ତ୍ରିପାଠୀ , ନାଟ୍ୟ ସମ୍ପାଦିକା ପ୍ରାର୍ଥୀ  ରୂପେ  ସୁଶ୍ରୀ ଅର୍ପିତା ପ୍ରିୟଦର୍ଶିନୀ ଏବଂ କ୍ରୀଡା ସମ୍ପାଦିକା ପ୍ରାର୍ଥୀ ରୂପେ ସୁଶ୍ରୀ ସୁଚିତ୍ରା ଙ୍କ  ନାମ ଘୋଷଣା କରିଛି । ପୂର୍ବରୁ ବିଜୁ ଛାତ୍ର ଜନତା ଦଳ  ସଭାପତିି ପ୍ରାର୍ଥୀ ରୂପେ ଯୁକ୍ତ ତିନି ଛାତ୍ରୀ  ସୁଶ୍ରୀ  ସ୍ଵୀକୃତି ମିଶ୍ର ଙ୍କ ନାମ ଘୋଷଣା କରିସାରିଛି ।