ରଥଯାତ୍ରା ବେଳେ ଡ୍ରୋନ କ୍ୟାମେରା ଉଡ଼ାଣ ଉପରେ ଲାଗିଲା ରୋକ …

ପୁରୀ(ସମୃଦ୍ଧ ଓଡିଶା)ପୁରୀରେ ରଥଯାତ୍ରା ବେଳେ ଡ୍ରୋନ କ୍ୟାମେରା ଉଡ଼ାଣ ଉପରେ କଟକଣା ଲଗାଇଲେ ସରକାର । ଡ୍ରୋନ କ୍ୟାମେରା ଉଡ଼ାଣ କଟକଣା ନେଇ ଟ୍ୱିଟ୍‌ ସୂଚନା ଦେଲା ପୁରୀ ପୋଲିସ। ଶ୍ରୀଜଗନ୍ନାଥ ମନ୍ଦିର ରେଡ୍‌ ଜୋନ୍‌ରେ ଯାଉଛି। ତେଣୁ ଡ୍ରୋନ ଉଡ଼ାଣ ମନା। ବିନା ଅନୁମତିରେ କେହି ଡ୍ରୋନ ଉଡ଼ାଇ ପାରିବେ ନାହିଁ। ୩ ରଥ ପାଖରେ ଓ ଗୁଣ୍ଡିଚା ମନ୍ଦିର ଉପରେ ମଧ୍ୟ ଉଡ଼ାଣ ମନା। ପୂର୍ବରୁ ନିୟମ ଉଲ୍ଲଙ୍ଘନ କରି ୟୁଟ୍ୟୁବର ଗିରଫ ହୋଇଛନ୍ତି। ରଥଯାତ୍ରା ବେଳେ ଫଟୋ ଓ ଭିଡିଓ ପାଇଁ ଏପରି କରାଯିବାର ନଜିର ଅଛି। ଯଦି କେହି ନିର୍ଦ୍ଦେଶ ଅମାନ୍ୟ କରନ୍ତି ଡ୍ରୋନ ରୁଲ୍‌ ଅନୁସାରେ ଦଣ୍ଡିତ ହେବେ ବୋଲି ଟ୍ୱିଟ୍‌ରେ କୁହାଯାଇଛି । ଜୁନ୍‌ ୨୦ ତାରିଖରେ ପଡ଼ୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ସେଥିପାଇଁ ରଥ ନିର୍ମାଣ ଜୋରଦାର ଚାଲିଛି। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଥିବା ଜଣାପଡିଛି ।