ରଘୁନାଥ ମନ୍ଦିର ନିର୍ମାଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଭିକାରିପୁଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ନରସିଂହପୁର ଗ୍ରାମଠାରେ ନୂତନ ବର୍ଷ ଅବସରରେ ଗ୍ରାମବାସିଙ୍କ ଉପସ୍ଥିତିରେ ସଭାପତି ଶିବରାମ ନନ୍ଦଙ୍କ ଅଧ୍ୟକ୍ଷତାରେ ରଘୁନାଥ ମନ୍ଦିର ନିର୍ମାଣ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସର୍ବଭାରତୀୟ ସମ୍ପାଦକ ଓ ଜିଲ୍ଲା ପ୍ରଭାରି ସମାଜସେବୀ ରଶ୍ମିରଞ୍ଜନ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ଦଣ୍ଡପାଣି ପାତ୍ର, ସୁରେନ୍ଦ୍ର କୁମାର ସେଠୀ, ସରପଞ୍ଚ ଧବେଳଶୂର ପ୍ରଧାନ ଯୋଗ ଦେଇଥିଲେ । ବୈଠକରେ ରଘୁନାଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ସମୂନ ଅର୍ଥ ଖର୍ଚ୍ଚ କରିବେ ବୋଲି କହିଛନ୍ତି । ଏହି ପରିପ୍ରେକ୍ଷୀରେ ସଭାରେ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଏହି ବୈଠକ ଗ୍ରାମବାସି ଗଙ୍ଗାଧର ପ୍ରଧାନ, ଲଡୁ କିଶୋର ନନ୍ଦ, ବିଜୟ ଚନ୍ଦ୍ର ପାତ୍ର, ଇ. ବାବୁ ପତ୍ର, ଗଜେନ୍ଦ୍ର ପାତ୍ର, ନିରଞ୍ଜନ ପ୍ରଧାନ, ଭଗବାନ ବେହେରା ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା