ରକ୍ତଦାନ ଶିବିର ନିମନ୍ତେ କ୍ରାନ୍ତି ଯୁବ ଛାତ୍ର ସଂଗଠନ ପକ୍ଷରୁ ପ୍ରସ୍ତୁତି ବୈଠକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଷ୍ଟେସନରୋଡ ନିକଟସ୍ଥ ରାମ ମନ୍ଦିର ପ୍ରାଙ୍ଗଣରେ ଏ ଦେଶର ଅନ୍ୟତମ କ୍ରାନ୍ତିକାରୀ ନେତା ଯୁବ ପ୍ରତୀକ ଶହୀଦ-ଏ-ଆଜମ୍ ଭଗତ ସିଂଙ୍କ ଶହୀଦ ଦିବସ ଉପଲକ୍ଷେ ଆସନ୍ତା ମାର୍ଚ୍ଚ ୨୩ ତାରିଖ ଦିନ କ୍ରାନ୍ତି ଯୁବ ଛାତ୍ର ସଂଗଠନ ପକ୍ଷରୁ ଛତ୍ରପୁର ସରକାରୀ ହସ୍ପିଟାଲରେ ପ୍ରତି ବର୍ଷ ଭଳି ଚଳିତ ମାସ ମାର୍ଚ୍ଚ ୨୩ରେ ଏକ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ସଂଘ ପକ୍ଷରୁ ସ୍ଥିର କରାଯାଇଛି । ଏହି ବୈଠକରେ ବିଭିନ୍ନ ସଂଗଠନର ସଦସ୍ୟମାନେ ଯୋଗଦେଇ ନିଜ ନିଜର ବିଚାର ବିମର୍ଶ ଉପସ୍ଥାପନ କରିଥିଲେ । ଏଥିରେ ସଂଘ ସଭାପତି ଇଜୁ ଅମିନ ଖାନ ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସଂପାଦକ ଜଲାଲ ଖାନ ପରିଚାଳନା କରିଥିଲେ । ଏହି ରକ୍ତଦାନ ଶବିରରେ ଯୋଗଦେବା ପାଇଁ ଷ୍ଟେସନ ରୋଡ ବ୍ୟବସାୟୀକ ସଂଘ ସଂପାଦକ ମିଟୁ ବେହେରା । ପରିବେଶ ସୁରକ୍ଷା ଜୀବନ ଜୀବିକା ମଞ୍ଚର ଆବାହକ ଗୁରୁଦେବ ବେହେରା, ୠଷିକୂଲ୍ୟା ରୟିତ ମହାସଭା ସଂପାଦକ ସୀମାଞ୍ଚଳ ନାହାକ, ଉଠାଦୋକାନୀ ସଂଘ ସଂପାଦକ ଲାଛନା ରେଡି, ନିଗା ରେଡି, ଦଳିତ ନେତା ସୁମା ଦାସ, ଶ୍ରମିକ ନେତା କେଶବ ନାହାକ, ଛାତ୍ରନେତା ରଶ୍ମିରଞ୍ଜନ ମହାପାତ୍ର, ବିଶ୍ବଜିତ ବେହେରା, ଅଜିତ ମିଶ୍ର, ଅକ୍ଷୟ ପ୍ରଧାନ, ବିରେନ ରାଉଳ, କ୍ରୀଷ୍ଣା ରେଡି, ପ୍ରଶାନ୍ତ ପ୍ରଧାନ, ଶିବ ପ୍ରସାଦ ବେହେରା, ମାନସ ସ୍ବାଇଁ, କୃଷ୍ଣ ନାହାକ, ଆର କାଶି, ଦେବାଶିଷ ମହାନ୍ତି, ନିଶାନ୍ତ ନାହାକ, ଅଭିଷେକ ପଟ୍ଟନାୟକ, ବେହେରା, କାହ୍ନୁ ଚରଣ ବେହେରା, କେଦାର ରାଜୁ, ଦାମ ରେଡି, ଗୌରବ ମହାପାତ୍ର ପ୍ରମୁଖ ବ୍ୟକ୍ତି ମାନେ ଯୋଗଦେଇ ଶିବିର ସଫଳ କରିବା ପାଇଁ ଆଲୋଚନା କରିଥିଲେ ।