ଯୋଗ୍ୟ ହିତାଧିକାରୀଙ୍କୁ ପଲିଥିନ ବଣ୍ଟନ କଲେ ଅତିରିକ୍ତ ତହସିଲଦାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ଲଗାଣ ବର୍ଷା ଫଳରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ପୌରାଞ୍ଚଳର ୯ ନଂ ୱାର୍ଡରେ କେତେକ ଗରିବ ଲୋକଙ୍କ ଚାଳ ଛପର ନଷ୍ଟ ହୋଇଥିବାରୁ ସେମାନେ ପଲିଥିନ ପାଇବାଲାଗି ଆବେଦନ କରିଥିଲେ । ତୁରନ୍ତ ସହାୟତା ଲାଗି ଗତ ୨୩ତାରିଖ ସଂଧ୍ୟାରେ ସେମାନଙ୍କୁ ପଲିଥିନ ବଣ୍ଟ ଯାଇଥିଲା । ମାତ୍ର ସେ ଗୁଡିକୁ ବିକ୍ରି କରାଯାଉଥିବା ସଂପର୍କରେ ଅଭିଯୋଗ ହେବାପରେ ଅତିରିକ୍ତ ତହସିଲଦାର ଓ ପୋଲିସ୍ ପକ୍ଷରୁ ଭୁଲକ୍ରମେ ତରବରିଆଭାବେ ହିତାଧିକାରୀଙ୍କ ଠାରୁ ପଲିଥିନ ଫେରାଇ ଆଣାଯାଇଥିଲା । ପରେ ସେ ଗୁଡିକ ଯାଞ୍ଚ କରି ପୁଣି ଥରେ ତହସିଲଦାର ସ୍ମୃତିରଂଜନ ମଲ୍ଲିକଙ୍କ ନିର୍ଦ୍ଦେଶରେ ଅତିରିକ୍ତ ତହସିଲଦାର ହେମନ୍ତ କୁମାର ନାୟକ ଓ ନାମ୍ପୋ ଆର୍‌ଆଇ ଦିଲ୍ଲିପ କୁମାର ଚାନ୍ଦ ଓ ସଦର ଆର୍‌ଆଇ ଶରତ କୁମାର ବେହେରାଙ୍କ ଉପସ୍ଥିତିରେ ଆବଶ୍ୟକ କାଗତପତ୍ର ଦର୍ଶାଇ ସେହି ହିତାଧିକାରୀଙ୍କୁ ବଣ୍ଟନ ହୋଇଥିବା ଜଣାଯାଇଛି । ଫଳରେ ହିତାଧିକାରୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

ରିପୋର୍ଟ : ଭୂପତି ପରିଡା