ଯୁବ କଂଗ୍ରେସ ପକ୍ଷରୁ ସ୍ମୃତି ରଞ୍ଜନ ଲେଙ୍କାଙ୍କ କୁଶପୁତଳିକା ଦାହ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅଡିଓ କ୍ଲିପକୁ ନେଇ ଦେଖା ଦେଇଛି ବିବାଦ । ଓଡ଼ିଶା ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ସେହି ବିବାଦରେ ଛନ୍ଦି ହୋଇଛନ୍ତି । ଯାହାକୁ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ରାଜ୍ୟ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ଗଞ୍ଜାମ ଜିଲ୍ଲାକୁ ଦୁଇ ଭାଗ କରି ଜିଲ୍ଲା ଯୁବ କଂଗ୍ରେସକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି ଯାହାକୁ ବିରୋଧ କରି ଆଜି ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ସ୍ମୃତିଙ୍କ କୁଶପୁତଳିକା ଦାହ କରିବା ସହ ପଦବୀ ବହିଷ୍କାର ଦାବି କରାଯାଇଥିଲା । ବିନା ଇଲେକ୍ସନ୍ ସେ କିପରି ସିଲେକ୍ ସନ୍ ହେଲା ବୋଲି ଗଞ୍ଜାମ ଜିଲ୍ଲା କଂଗ୍ରେସ ଯୁବ ସଭାପତି ସିଦ୍ଧାନ୍ତ ସାହୁ ପ୍ରଶ୍ନ କରିଥିଲେ । ଏଥିରେ ଶ୍ରୀନାଥ ପାତ୍ର, ସୁଶାନ୍ତ ମାଲିକ୍, ପ୍ରେମ ସାହୁଙ୍କ ସମେତ ବହୁ ଯୁବ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା