ଯୁବ କଂଗ୍ରେସ ନେତା ତତସତ୍ ସୁବୁଦ୍ଧି ଗଜପତି ଜିଲ୍ଲା ପ୍ରଭାରୀ ଭାବେ ନିଯୁକ୍ତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାରେ ଯୁବ କଂଗ୍ରେସର ସଂଗଠନକୁ ସୁଦୃଢ କରିବା ପାଇଁ ଗତକାଲି ଓଡ଼ିଶା ପ୍ରଦେଶ ଯୁବ ସଭାପତି ଡ଼ଃ. ସ୍ମୃତି ରଞ୍ଜନ ଲେଙ୍କା ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପ୍ରଭାରୀ ମିଲଣ୍ଡ ଗୌତମ ଓ ସହ ପ୍ରଭାରୀ ଅଭିନବ ସିଦ୍ଧାର୍ଥ ଭଗତଙ୍କ ଅନୁମଦନ କ୍ରମେ ବ୍ରହ୍ମପୁରର ଯୁବ କଂଗ୍ରେସ ନେତା ତତସତ୍ ସୁବୁଦ୍ଧିଙ୍କୁ ଗଜପତି ଜିଲ୍ଲା ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି । ପ୍ରକାଶ ଥାଉକି ତତସତ୍ ସୁବୁଦ୍ଧି ପୁର୍ବରୁ ଛାତ୍ର କଂଗ୍ରେସର ରାଜ୍ୟ ସମ୍ପାଦକ ଓ ମୁଖପାତ୍ର ଭାବେ ଦାୟିତ୍ଵ ତୁଲାଇବା ସହ ନିକଟ ଅତୀତରେ ବ୍ରହ୍ମପୁର ନଗର ନିଗମ୍ ନିର୍ବାଚନରେ ୪୨ନଂ ୱାର୍ଡ଼ରୁ ଜାତୀୟ କଂଗ୍ରେସ୍ ପ୍ରାର୍ଥୀ ହୋଇ ଥିଲେ । ପ୍ରଭାରୀ ଭାବେ ମନୋନୀତ ହେବା ପରେ ଶ୍ରୀ ସୁବୁଦ୍ଧି ନିଜ ପ୍ରତିକ୍ରିୟାରେ ଶୀର୍ଷ ନେତୃତ୍ଵଙ୍କୁ ଧନ୍ୟବାଦ୍ ଦେବା ସହ ରାଜ୍ୟ ସଭାପତି ଡଃ ସ୍ମୃତି ରଞ୍ଜନ ଲେଙ୍କା ଓ ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସଂପାଦକ (ସଂଗଠନ) ଜ୍ଞାନ ରଞ୍ଜନ ରାଉତଙ୍କୁ କୃତଙ୍କା ଜଣେଇଛନ୍ତି ଓ ଗଜପତି ଜିଲ୍ଲାର ବେରୋଜଗାର ଯୁବକ ଯୁବତୀଙ୍କ ସ୍ୱର ହେବା ସହ ଜିଲ୍ଲାର ସମସ୍ତ ଅବେହେଳିତ ଆଦିବାସୀ, ପଛୁଆ ବର୍ଗ ଓ ସାଧାରଣ ଜନସାଧାରଣଙ୍କ ହକ୍ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଲଢେ଼ଇ କରିବେ ବୋଲି ନିଜ ପ୍ରତିକ୍ରିୟା କହିଛନ୍ତି ।