ଯୁବଉତ୍କଳ ଫାଉଣ୍ଡେସନ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଗୋସାଣିନୂଆଗାଁ ସ୍ଥିତ ପାଣିଗ୍ରାହୀ ସାହି ଠାରେ ଯୁବଉତ୍କଳ ଫାଉଣ୍ଡେସନ ତରଫରୁ ପ୍ରାୟ ୮୦ଗୋଟି ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ପ୍ରଦୀପପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଫାଉଣ୍ଡେସନର ଯୁବପିଢ଼ିଙ୍କୁ ଉତ୍ସାହିତ କରିଥିଲେ । ପରେ ପରେ ବିଧାୟକ ବାହିନୀପତି ଦ୍ୱାରା ୮୦ଟି ପରିବାରଙ୍କୁ ଚାଉଳ, ଡାଲି ସୁଜି, ଚିନି, ଅଟା, ଖାଇବା ତେଲ ଆଦି ବିଭିନ୍ନ ପ୍ରକାରର ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ଉତ୍କଳ ଫାଉଣ୍ଡେସନର ପ୍ରତିଷ୍ଠାତା ଦେବାଶିଷ ଜେନା, କୋଷାଧ୍ୟକ୍ଷ ରାଜକିରଣ ପାଣିଗ୍ରାହୀ, ସଭାପତି ସ୍ୱାଧୀନ ନାୟକ, ଉପସଭାପତି ଶ୍ରୀତମ କୁମାର ସାହୁ, ସୋମ ସାମନ୍ତ ସିଂହାର, ସୁଭ୍ରାଂଶୁ ସ୍ୱାଇଁ, ରାକେଶ ବେହେରା, ଶ୍ରୁତି ଏବଂ କଂଗ୍ରେସ ନେତା ସୁଜୟ ଆଚାର୍ଯ୍ୟଙ୍କ ସମେତ ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା