ମୋ ସ୍କୁଲ ଅଭିଯାନର ସମୀକ୍ଷା ବୈଠକ ଓ ଇକୋକ୍ଲବ୍ ଜଳେଶ୍ୱର ତରଫରୁ ବନ ମହୋତ୍ସବ ସପ୍ତାହ ପାଳନ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳନ୍ଧର ଉଚ୍ଚ ବିଦ୍ୟାଳୟ, ପ୍ରଶାଦଶୋଳ ପରିସରରେ ମୋ ସ୍କୁଲ ଅଭିଯାନର ସମୀକ୍ଷା ବୈଠକ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ଦାସ ପୌରହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ନିଜ ଗାଁ ମାଟିର ଯୋଗ୍ୟତମ ସନ୍ତାନ ରଞ୍ଜନ କୁମାର ଗିରି, ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ଶିକ୍ଷାଧିକାରୀ ଜଳେଶ୍ୱର ପ୍ରାଚୀତନୟା ଗିରି, ଜିଲ୍ଲା ସଂଯୋଜକ ମୋ ସ୍କୁଲ ଅଭିଯାନ, ବାଲେଶ୍ୱର ସନ୍ଦୀପ କୁମାର ଖଟୁଆ, ମାଧବ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଓଷ୍ଟା ଜିଲ୍ଲା ସମ୍ପାଦକ ମନୋରଞ୍ଜନ ଦାସ, ସିଆରସିସି ରବିନ୍ଦ୍ର କୁମାର ମହାନ୍ତ, ଡ. ଅଜିତ କୁମାର ମହାନ୍ତି ମାଷ୍ଟର ଟ୍ରେନର ଇକୋକ୍ଲବ (ଜାତୀୟ ସବୁଜ ବାହିନୀ) ଜଳେଶ୍ଵର ଓ ଭୋଗରାଇ, ହରମୋହନ ମହନ୍ତ, କିଶୋର କୁମାର ମହାନ୍ତି, ପ୍ରଦୀପ କୁମାର ସାହୁ, ଅଜିତ କୁମାର ଦତ୍ତ, ଶିକ୍ଷୟତ୍ରୀ ଜିତାରାଣୀ ଦେ, ରାସବିହାରୀ ଚକ୍ରବର୍ତ୍ତୀ, ସୀତାରାମ ରାଉତ, ଗଗନ ବିହାରୀ ପରିଡ଼ା, ଅମରେଶ ଚନ୍ଦ୍ର ସାମଲ, ସୁକୁମାର ପ୍ରଧାନ, ରଣଜିତ ପାତ୍ର, ଦୀପକ କୁମାର ଭଟ୍ଟ, ଅର୍ଧେନ୍ଦୁ କୁମାର ରାଉତ, ସୁରୀୟ ପ୍ରତାପ ଜେନା, ଦେବପ୍ରକାଶ ଦେ, ଦୀପିକା ସେନାପତି, ଅଜିତ କୁମାର ଦେ, ବିନୋଦ ବିହାରୀ ପ୍ରଧାନ, ଗିରିଶ ଚନ୍ଦ୍ର ବେଜ୍, ଚିନ୍ମୟ ସାହୁ, ରାଜୀବ ମୁର୍ମୁ, ଲକ୍ଷ୍ମଣ ହାଁସଦା, ଭବେଶ ଚନ୍ଦ୍ର ମହନ୍ତ, ଜୀବନ କୁମାର ଗିରି, ଲିପିକା ପରିଡା, ପ୍ରୀତି ନନ୍ଦୀ, ଅଭିପ୍ସା ଡଗର, କୃଶାନ୍ତି ବାରିକ, ଏହି କାର୍ଯ୍ୟକ୍ରମକୁ ଜଳେଶ୍ୱର ଓ ଭୋଗରାଇ ବ୍ଲକ ପାଇଁ ଇକୋକ୍ଲବ ମାଷ୍ଟର ଟ୍ରେନର ତଥା ଜଳେଶ୍ଵର ଜୋନର ଓଷ୍ଟା ସମ୍ପାଦକ ଡ.ଅଜିତ କୁମାର ମହାନ୍ତି ଆୟୋଜନ କରିଥିବା ବେଳେ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ମାନେ ପରିଚାଳନା କରିଥିଲେ । ଏଥିସହିତ ଏହିଭଳି ସପ୍ତାହ ବ୍ୟାପି ଜଳେଶ୍ୱର ମ୍ୟୁନିସିପାଲିଟି, ଜଳେଶ୍ଵର ଓ ଭୋଗରାଇ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରିବା ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରାଚିତନୟା ଗିରି କହିଥିଲେ । ଶିଶୁଟିଏ ଗଛଟିଏ’ ଉକ୍ତିକୁ ସାର୍ଥକ କରିବାର ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ବିଦ୍ୟାଳୟ ହତାରେ ୫୦ରୁ ଅଧିକ ବିଭିନ୍ନ ବୃକ୍ଷ ରୋପଣ କରା ଯାଇଥିଲା । ଡିଇଓ ଶ୍ରୀଯୁକ୍ତ ଗିରି କ଼ହିଥିଲେ ବୃକ୍ଷହିଁ ଜୀବନ କରୋନା ସମୟରେ ବୃକ୍ଷ ମୂଳରେ ବିଶୁଦ୍ଧ ଅମ୍ଳଜାନ ମିଳି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏଥିସହିତ ବୃକ୍ଷର ଆକସ୍ମିକ ଦୁର୍ଘଟଣା ଓ ସୁରକ୍ଷା ସମ୍ପର୍କରେ ଆଲୋକ ପାତ କରିଥିଲେ । ଡ. ଶ୍ରୀ ମହାନ୍ତି ଜଳେଶ୍ୱର ବ୍ଲକର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ନିଜ ନିଜ ବିଦ୍ୟାଳୟରେ ବୃକ୍ଷ ରୋପଣ କରିବାକୁ ଆହ୍ବାନ ଦେଇଥିଲେ ।