ମୋଦିଙ୍କୁ ଇମ୍ରାନଙ୍କ କଟାକ୍ଷ : ବେଳେବେଳେ ଛୋଟ ଲୋକ ବଡ଼ ଚୌକିରେ ବସିଯାଆନ୍ତି

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରସ୍ତାବିତ କଥାବାର୍ତ୍ତାକୁ ଭାରତ ପକ୍ଷରୁ ବାତିଲ କରାଯିବା ପରେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଭାରତ ସରକାରଙ୍କୁ ତୀବ୍ର ସମାଲୋଚନା କରି ସେ କହିଛନ୍ତି ଯେ ମୋର କଥାବାର୍ତ୍ତା ପ୍ରସ୍ତାବ ପ୍ରତି ଭାରତର ନକାରାତ୍ମକ ଓ ଅହଙ୍କାରୀ ଜବାବ ଯୋଗୁଁ ମୁଁ ବେଶ ଦୁଃଖିତ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜୀବନରେ ମୁଁ ଅନେକ ଛୋଟ ଲୋକଙ୍କୁ ଦେଖିଛି ଯେଉଁମାନେ ବଡ଼ ବଡ଼ ସିଂହାସନର ଅଧିକାରୀ ତ ହୋଇଯାଆନ୍ତି କିନ୍ତୁ ବଡ଼ ବଡ଼ ଚିନ୍ତାଧାରା ପାଇଁ ସେମାନଙ୍କର କିଛି ଦୂରଦୃଷ୍ଟି ନଥାଏ । ସୂଚନାଯୋଗ୍ୟ ଯେ ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ପ୍ରସ୍ତାବିତ  ଭାରତ ଓ ପାକିସ୍ତାନ କଥାବାର୍ତ୍ତାକୁ ଭାରତ ସରକାର ଗତକାଲି ବାତିଲ କରିଦେଇଥିଲେ ।  କଥାବାର୍ତ୍ତା ପାଇଁ  ଇମ୍ରାନଙ୍କ ପ୍ରସ୍ତାବ ପରେ  ଜାତିସଂଘରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀ ଆଲୋଚନା କରିବାକୁ ସଂକେତ ଦେଇଥିଲେ ଭାରତ ସରକାର । କିନ୍ତୁ  ସୀମାରେ ବିଏସଏ ଯବାନଙ୍କୁ  ପାକିସ୍ତାନ ସୈନ୍ୟ ମାନଙ୍କ ଦ୍ୱାରା ବିଭତ୍ସ ହତ୍ୟା ଯୋଗୁଁ ସାରା ଦେଶରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିବାରୁ ମୋଦି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।