ମେୟରଙ୍କ ସୁନ୍ଦରୀ ଝିଅକୁ ନେଇ ଚର୍ଚ୍ଚା : ଗାଏବ ନା କିଡନାପ !

ନୂଆଦିଲ୍ଲୀ(ସମୃଦ୍ଧଓଡିଶା) ମେୟରଙ୍କ ସୁନ୍ଦରୀ ଝିଅକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ସେ ଗାଏବ ନା କିଡନାପ ଏବେବି ସ୍ପଷ୍ଠ ହୋଇପାରୁନି । ଏଠାରେ ଏଭଳି ଖବର ନିତିଦିନିଆ ହୋଇଥିବା ବେଳେ ଭିଆଇପି ଙ୍କୁ ନେଇ ଚର୍ଚ୍ଚା ଜୋର ଧରେ । ଖବରରୁ ଜଣାପଡିଛି , କଥାଟା ଏପରି ଯେ କାଲି ସନ୍ଧ୍ୟାରେ ଗୋଆରୁ ଗାଏବ ହୋଇଯାଇଛନ୍ତି ନେପାଳର ଜଣେ ମେୟରଙ୍କ ସୁନ୍ଦରୀ ଝିଅ । ଯୁବତୀଜଣକ ଓସୋ ମେଡିଟେସନ ସେଣ୍ଟରରେ ଗତ କିଛି ମାସ ହେଲା ରହୁଥିବା ବେଳେ ଗତକାଲିଠୁ ତାଙ୍କର ପତ୍ତା ମିଳୁନି। ଝିଅ ନିଖୋଜ ହେବାର ଖବର ପାଇବା ପରେ ନେପାଳର ଧାଙ୍ଗାଡ଼ିର ମେୟର ଗୋପାଳ ହମଲ ଝିଅକୁ ଖୋଜିବା ନିମନ୍ତେ ସୋଶାଲ ମିଡିଆରେ ସମସ୍ତଙ୍କୁ ନିବେଦନ କରିଛନ୍ତି। ଗୋପାଳ ହମଲଙ୍କ ୩୩ ବର୍ଷୀୟା ବଡ଼ ଝିଅ ଆରତୀ ହମଲ ଓସୋ ମେଡିଟେସନ ସେଣ୍ଟରକୁ କିଛି ମାସ ହେଲା ରହୁଥିଲେ। ଗତ ସୋମବାର ସନ୍ଧ୍ୟାରେ ତାଙ୍କୁ ଶେଷ ଥର ପାଇଁ ଆସ୍ୱାମି ପୋଲୋ ନିକଟରେ ଦେଖିବାକୁ ମିଳିଥିଲା ବୋଲି କୁହାଯାଉଛି । ଆରତୀ ନିଖୋଜ ହେବା ନେଇ ଓସୋ ମେଡିଟେସନ ସେଣ୍ଟର ପକ୍ଷରୁ ତାଙ୍କ ପରିବାରକୁ ଅବଗତ କରାଯାଇଥିଲା। ଏନେଇ ଗୋଆର ଏକ ପୁଲିସ୍‌ ଷ୍ଟେଶନରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍ ଖୋଜାଖୋଜି ଆରମ୍ଭ କରିଛି ବୋଲି ଜଣାପଡିଛି । ଏନେଇ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା ଗୋପାଳ ସୋଶାଲ ମିଡିଆରେ ପୋଷ୍ଟ କରି ନିଖୋଜ ବଡ଼ ଝିଅକୁ ଖୋଜିବାରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି । ନିଜ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି, ଝିଅର ସହଯୋଗୀମାନେ ତା’ ସହ ଯୋଗାଯୋଗ କରି ପାରୁ ନ ଥିବା ନେଇ ମୋତେ ଜଣାଇଥିଲେ। ଏହି ଖବର ପାଇବା ପରେ ପରିବାରର ସମସ୍ତେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା ସେ କହିଛନ୍ତି।ଏହାପରେ ତୁରନ୍ତ ଗୋପାଳ ହମଲଙ୍କ ସାନ ଝିଅ ଓ ଜ୍ୱାଇଁ ଗୋଆ ଅଭିମୁଖେ ଆସିଥିବା ଜଣାଯାଇଛି। ତେବେ ଝିଅ ସମ୍ପର୍କରେ କିଛି ବି ସୂଚନା ପାଇଲେ ତୁରନ୍ତ ଜଣାଇବାକୁ ଗୋପାଳ ହମଲ ନିବେଦନ କରିଛନ୍ତି।

ରିପୋର୍ଟ : ସୁଧାଂଶୁ ଶେଖର