ମେଡ଼ିକାଲ୍ ଉପକରଣ ବଣ୍ଟନ କଲା ୱାଇଏସ୍‌ଡ଼ି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା ଦ୍ୱିତୀୟ ଲହରୀ ସାରା ଭାରତ ବର୍ଷରେ ପୁଣି ଥରେ କାୟା ବିସ୍ତାର କରିବା ସହ ଓଡିଶା ଓ ଗଞ୍ଜାମ ଜିଲ୍ଲାରେ ଏହାର ପ୍ରକୋପ ବଢିବାରେ ଲାଗିଛି । ବ୍ରହ୍ମପୁର, କୋଭିଡର ପ୍ରଥମ ଲହରୀ ଭଳି ଦ୍ୱିତୀୟ ଲହରୀରେ ୟୁଥ ଫର ସୋସିଆଲ ଡେଭଲପମେଣଟର (ୱାଇଏସ୍‌ଡ଼ି) ସହାୟତା ଜାରି ରହିଛି । ସହରର ବିଭିନ୍ନ କୋଭିଡ ହସପିଟାଲ ଗୁଡିକରେ ବିଭିନ୍ନ ସ୍ୱାସ୍ଥ୍ୟ ଉପରକରଣର ଅଭାବ ରହିଛି । ଏହାକୁ ଦୃଷ୍ଟିରେ ରଖି ୱାଇଏସ୍‌ଡ଼ି ପକ୍ଷରୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ ସ୍ୱାସ୍ଥ୍ୟ ଉପକରଣ ଯଥା ଅକ୍ସିଜେନ ଫ୍ଲୋ ମିଟର, ସୁରକ୍ଷା ଓ ପରିଚ୍ଛନ୍ନତା କିଟ ଯଥା କ୍ଲିନିକଲ ଗ୍ଲୋଭସ, ଏନ-୯୫ ମାସ୍କ ଇତ୍ୟାଦି ୪୪୦ଟି ଯୋଗାଇ ଦିଆଯାଇଛି । ଏହା ବ୍ୟତିତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ଓ ବ୍ରହ୍ମପୁର ମୁନିସିପାଲ କର୍ପୋରେସନର ବିଭିନ୍ନ ବସ୍ତି ଅଂଚଳରେ ବାସ କରୁଥିବା ନିହାତି ଗରିବ ଓ ଅସହାୟ ଲୋକ ଯେଉଁମାନେ ବନ୍ଦ ଯୋଗୁଁ ନିଜର ଜୀବିକା ହରାଇଛନ୍ତି, ସେମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଅଛି । ୩୦୦ ପରିବାର ଚିହ୍ନଟ କରାଯାଇ ଖାଦ୍ୟ ପ୍ୟାକେଟ ପ୍ରଦାନ କରାଯାଉଛି । ପି.ଡି.ଡ଼ିଆର୍‌ଡ଼ିଏ ଗଞ୍ଜାମ, ସିନ୍ଧେ ଦତାତ୍ରାୟ ଭାଉସାହେବଙ୍କ ଉପସ୍ଥିତିରେ ଏହା ବିଭିନ୍ନ ଡାକ୍ତରଖାନାକୁ ପ୍ରଦାନ କରାଯାଇଅଛି । ଏହା ବ୍ୟତିତ ୟୁଥ ଫର ସୋସିଆଲ ଡେଭଲପମେଣଟର ସ୍ୱେଚ୍ଛାସେବୀ ମାନେ ବିଭିନ୍ନ ଗାଁ, ବସ୍ତି ଓ ସହରାଂଚଳରେ ଜନସାଧାରଣଙ୍କ ମ୍ମରେ ସଚେତନତା ସୃଷ୍ଟି କରିବା, ଯଥା ସମସ୍ତେ ଯେପରି ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା, ଅନାବଶ୍ୟକ ଭାବେ ବାହାରକୁ ନଯିବା, ଜନଗହଳି ସ୍ଥାନକୁ ନଯିବା । ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନକୁ କୋଭିଡ-୧୯ସମୟରେ କରୋନା ଲଢେଇରେ ସହଯୋଗ କରିବା । ଜନସାଧାରଣଙ୍କ ମନରେ କୋଭିଡ ଭୟ କମାଇବା ଓ ଏହାକୁ ଲଢେଇ କରିବା ପାଇଁ ବ୍ୟବହାର ପରିବର୍ତନ ଓ ବ୍ୟକ୍ତିଗତ ପରିଚ୍ଛନ୍ନତା ପ୍ରଚାର ପ୍ରସାର କରିବା ଓ କୋଭିଡ ଟିକାର ଆବଶ୍ୟକତା ଓ ଉପକାରିତା ଉପରେ ଜନସାଧାରଣଙ୍କ ମନରେ ସଚେତନତା ସୃଷ୍ଟି କରିବା, ମନରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ଇତ୍ୟାଦି କାର୍ଯ୍ୟରେ ନିୟୋଜିତ ଅଛନ୍ତି ।