ମୁନ ଟିଭିର ନୂଆ ଚଳଚ୍ଚିତ୍ର “ଲଭ୍ ଫିଭର” ପୋଷ୍ଟର ଉନ୍ମୋଚିତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କୋରୋନା ଛାଟ ଭିତରେ ମୁନ ଟିଭି କରି ଚାଲିଛି ରେକର୍ଡ ପରେ ରେକର୍ଡ । ଓଲିଉଡକୁ ଦେଉଛି ଗୋଟିଏ ପରେ ଗୋଟିଏ ଫିଲ୍ମ । ଆଜି ଏକ ବର୍ଣାଢ୍ୟ ପରିବେଶ ମଧ୍ୟରେ ଦେଇଛି ଅନେକ କିଛି ଭଲ ଖବର । ଭୁବନେଶ୍ଵର ଠାରେ ଏକ ଫିଲ୍ମ ର ସୁଟିଂ ଶେଷ ଘୋଷଣା ସହ, “ଲଭ ଫିବର”ର ପୋଷ୍ଟର ରିଲିଜ୍, “ଲଭ ଇମ୍ପସିବୁଲ”ର ଅଡିଓ ରିଲିଜ଼, “ଲଭ ୪୨୦” ଓ “ତୁ ସେଇ ନୀଳ ନୟାନା”ର ଫାଷ୍ଟ ଲୁକ ରିଲିଜ଼ କରିଛି । ଏହାସହ “ପ୍ରେମ କେବେ ହାରେନା”ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ “ଲଭ୍ ଫିଭର”ର ପୋଷ୍ଟର ରିଲିଜ୍ ହୋଇଥିଲା । ଏଥିରେ ମୁଖ୍ୟ ଭୂମିକାରେ ରାଜବୀର, ବନ୍ଦନା ପରମାଣିକ, ପିଣ୍ଟୁ ନନ୍ଦ, ଅଶ୍ରୁମୋଚନ, ଅସୀତ ପତି, ପୁଷ୍ପା ପଣ୍ଡା, ସନ୍ତୋଷ ପଣ୍ଡା, ମୀନକେତନ। ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଚନ୍ଦନ ଜାନା ଓ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ପି. କୁମାର । ପୋଷ୍ଟର ରିଲିଜ୍ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶଶୀ କୁମାର ଦାସ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ରମେଶ ବାରିକ, ପ୍ରଶାନ୍ତ ମାର୍ଥା, ପ୍ରସନ୍ନ ଦ୍ବିବେଦୀ, ଡଃ ରଜନୀରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ ଓ ରିପୋର୍ଟ ଦେଇଛନ୍ତି ଅମୃତ ନନ୍ଦ l ଚଳଚ୍ଚିତ୍ରଟି ଆସନ୍ତା ହୋଲି ଅବସରରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ ପାଇଛି ।