ମୁନ ଟିଭିର ନୂଆ ଚଳଚ୍ଚିତ୍ର ପ୍ରେମ କେବେ ହରେନା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କୋରୋନା ଛାଟ ଭିତରେ ମୁନ ଟିଭି କରି ଚାଲିଛି ରେକର୍ଡ ପରେ ରେକର୍ଡ । ଓଲିଉଡକୁ ଦେଉଛି ଗୋଟିଏ ପରେ ଗୋଟିଏ ଫିଲ୍ମ । ଆଜି ଏକ ବର୍ଣାଢ୍ୟ ପରିବେଶ ମଧ୍ୟରେ ଦେଇଛି ଅନେକ କିଛି ଭଲ ଖବର । ଭୁବନେଶ୍ଵର ଠାରେ ଏକ ଫିଲ୍ମର ସୁଟିଂ ଶେଷ ଘୋଷଣା ସହ, ଲଭ ଫିବରର ପୋଷ୍ଟର ରିଲିଜ୍, ଲଭ ଇମ୍ପସିବୁଲର ଅଡିଓ ରିଲିଜ଼, ଲଭ ୪୨୦ ଓ ତୁ ସେଇ ନୀଳ ନୟାନର ଫାଷ୍ଟ ଲୁକ ରିଲିଜ଼ କରିଛି । ଏହାସହ ପ୍ରମ କେବେ ହାରେନାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି l ଏହିଁ ଚଳଚ୍ଚିତ୍ରର ଶୁଭମହୁରତକୁ ଶିଳ୍ପପତି ଶଶୀକୁମାର ସାହୁ କ୍ଲାପ ଦେଇ ଶୁଭାରମ୍ଭ କରିଥିଲେ l ଏହି ଅବସରରେ ସମାଜସେବୀ ଓ କାହାଣୀକାର ଗଣେଶ ଅଗ୍ରୱାଲ, ଚଳଚ୍ଚିତ୍ରର ନିର୍ଦେଶର ବିନି ପଟ୍ଟନାୟକ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଚଳଚ୍ଚିତ୍ର ଓ ସଂଳାପ ଲେଖକ ଡ଼ ରଜନୀ ରଞ୍ଜନ, ସଂଗୀତ ନିର୍ଦେଶକ ବିଜୟ କୁମାର ଓ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ଉପସ୍ଥିତ ଥିଲେ ଓ ରିପୋର୍ଟ ଦେଇଛନ୍ତି ଅମୃତ ନନ୍ଦ l ପ୍ରଥମଥର ପାଇଁ ଦେବ୍ୟୁରେ ଯୋଡ଼ି ଭାବେ ରୋହନ ଗର୍ଗ ଓ ଅସ୍ମିତା ସାହୁ ଓଲିଉଡ଼ରେ ପଦାର୍ପଣ କରିବେ l ରୋହନ ଏଥିପୂର୍ବରୁ ଲଭ ଇମ୍ପସିବୁଲ, ରିୟଲ ଲଭ ଷ୍ଟୋରୀରେ ଅଭିନୟ କରି ସାରିଛନ୍ତି l ସେହିପରି ସସ୍ମିତା ହାପି ଲକି ଓ ଓମ ସ୍ୱାହାରେ ଅଭିନୟ କରିସାରିଛନ୍ତି l ଏକାଥରକେ ୧୦ଟି ଚଳଚ୍ଚିତ୍ର ଘୋଷଣା କରି ମୁନ ଟିଭି ଇତିହାସ ଶୃଷ୍ଟି କରିଥିବାବେଳେ ଏଭଳି ଆଉ ଏକ ଉତ୍ସବ ଚଳଚ୍ଚିତ୍ର ସମୀକ୍ଷକଙ୍କ ମଧ୍ୟରେ ଚର୍ଚ୍ଚାର ଖୋରାକ ଯୋଗାଇଛି l ଅନ୍ୟପକ୍ଷରେ ଅଭିନେତା ରୋହନ ମୁନ ଟିଭି ରେ ଦୁଇ ବର୍ଷ ପାଇଁ ଚଳଚ୍ଚିତ୍ର କରିବାକୁ ଚୁକ୍ତି କରାଗଲା l ରୋହନଙ୍କୁ ଟାଟା ସଫାରୀ ଗୋଲଡ଼ ଉପହାର ଦିଆଯାଇଥିଲା l

ରିପୋର୍ଟ : ଭୂପତି ପରିଡା