ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ରୋଗରେ ପୀଡ଼ିତ ଥିବା ରୋଗୀକୁ ୭୫ ହଜାର ସହାୟତା ପ୍ରଦାନ…

ବୁଗୁଡା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ଅରଖପୁର ଗ୍ରାମର ଗୁରୁତର ଭାବେ ପୀଡ଼ିତ ଥିବା ରୋଗୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ତରଫରୁ ୭୫ହଜାର ଟଙ୍କାର ଆର୍ଥିକ ସହାୟତ ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଅରଖପୁର ଗ୍ରାମର କୋକ ସ୍ୱାଇଁ ଗତ କିଛିଦିନ ହେଲା ରୋଗରେ ପୀଡିତ ଅଛନ୍ତି, ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଅତି ଶୌଚନୀୟ ହେବା କାରଣରୁ ତାଙ୍କ ପରିବାରର ସଦସ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ କିଛି ଆର୍ଥିକ ସହାୟତ ପାଇଁ ଆବେଦନ କରିଥିଲେ । ଏହି ଘଟଣାକୁ ନଜରରେ ରଖି ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀକାନ୍ତ ସାହୁ ରୋଗୀଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ତରଫରୁ ଚେକ ଦ୍ୱାରା ୭୫ହଜାରର ଆର୍ଥିକ ସହାୟତା କରିଛନ୍ତି । ଚେକ ସହାୟତା ପ୍ରଦାନ ସମୟରେ ବୁଗୁଡା ବ୍ଲକ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ସହ ଉକ୍ତ ଅଞ୍ଚଳରେ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା