ମୁଖ୍ୟମନ୍ତ୍ରୀଙ୍କ ୭୫ତମ ଜନ୍ମ ଦିନ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ଯୁବ ବିଜେଡ଼ି ଓ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ୱରେ ବହୁ ନେତା ଓ କର୍ମୀ ବ୍ରହ୍ମପୁର ଇଷ୍ଟ ଦେବୀ ମା ବୁଢ଼ୀ ଠାକୁରାଣୀଙ୍କ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଦୀପ ପ୍ରଜ୍ଵଳନ କରିଛନ୍ତି । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଜେଡି ଜିଲ୍ଲା ସଭାପତି ଡ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଜୀବନ ବିନ୍ଦୁ ସଂଯୋଜକ ତଥା ବିଜେଡି ରାଜ୍ୟ ସମ୍ପାଦକ ସୁବାଷ ମହାରଣା, ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇ, ରାଜ୍ୟ ବିଜେଡ଼ି ଉପସଭାପତି ସଞ୍ଜିତ ପାଣିଗ୍ରାହୀ, ମହାନଗର ସଭାପତି ବିଜୟ ସାମଲ, ମହାନଗର ସଭାପତି ଅଜିତ କୁମାର ପଣ୍ଡା, ଆର୍. ମୁରଲୀ ମୋହନ, ମୁକୁନ୍ଦ ଗୌଡ଼, ସୁରେନ୍ଦ୍ର ମହାରଣା ପ୍ରମୁଖ ଦୀପ ପ୍ରଜ୍ଵଳନ କରିବା ସହିତ ମନ୍ଦିର ପରିସର ସଫେଇ କରିଛନ୍ତି । ଏହାପରେ ଯୁବ ଓ ଛାତ୍ର ବିଜୁ ଜନତା ଦଳ ଏବଂ ଓଡିଶା ମୋ ପରିବାର ଆନୁକୂଲ୍ୟରେ ହିଲପାଟଣାସ୍ଥିତ ସସ୍କୃତି ଭବନ ଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ବିଧାୟକ ପଣ୍ଡା, ସାଂସଦ ସାହୁଙ୍କ ସମେତ ପୂର୍ବତନ ମେୟର କେ.ମାଧବି, ମହିଳା ସଭାନେତ୍ରୀ ଏମ୍ ସୁଜାତା ପାତ୍ର, ଜିଲ୍ଲା ଯୁବ ସଭାପତି ଭବାନୀକାନ୍ତ ସାହୁ, କୋଷାଧ୍ୟକ୍ଷ ରବିନ୍ଦ୍ର କୁମାର ସାହୁ, ଭଗବାନ ଗନ୍ତାୟତ, ମଦନ ଦଳାଇ, ତୁମ୍ବନାଥ ପଣ୍ତା, ଉଦ୍ଧବ ବେହେରା, ମଳୟ ବିଷୋୟୀ, କୈଳାଶ ବିଷୋୟୀ, ଶୂନ୍ୟ ଦାସ, ଟି.ଗୋପି, ନଳିନୀକାନ୍ତ ଦେବଦର୍ଷି ପ୍ରମୁଖ ଉପସ୍ଥିତ ରହି ଶିବିରକୁ ଶୁଭାରମ୍ଭ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଛନ୍ତି । ଏହି ଶିବିରରେ ୪୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ରକ୍ତ ଅଭାବରୁ କେହି ମୃତ୍ୟୁ ବରଣ ନକରନ୍ତୁ ତେଣୁ ରକ୍ତ ଦାନକରି ଅନ୍ୟର ଜୀବନ ବଞ୍ଚେଇବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଅତିଥିମାନେ ଆହ୍ବାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସଶକ୍ତ ଓଡ଼ିଶା ଗଠନ ନିମନ୍ତେ ସାମାଜିକ କାର୍ଯ୍ୟକ୍ରମକୁ କିପରି ଗୁରୁତ୍ଵର ସହ ତ୍ଵରାନିତ କରାଯାଇପାରିବ ତାହା ହିଁ ବିଜୁ ଛାତ୍ର ଜନତା ଦଳର ଲକ୍ଷ୍ୟ ବୋଲି ବିଧାୟକ ପଣ୍ଡା କହିଛନ୍ତି । ଏହି ଅବସରରେ ମହିଳା ବିଜୁ ଜନତା ଦଳ ତରଫରୁ ଆଙ୍କୁଲି ଓଭର ବ୍ରିଜ ନିକଟରେ ଥିବା ମାର୍ଲାକ୍ ମାର୍ସି ଓଲ୍ଡ୍ ଏଜେ ହୋମ୍ ଠାରେ ମଧ୍ୟାହ୍ନ ଭୋଜନ ଦେବା ସହିତ ସମସ୍ତ ଅନ୍ତେବାସୀଙ୍କୁ ସାଲ୍ ବଣ୍ଟନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଜୋନ୍‌ ସଭାପତି ଜ୍ୟୋତି ରଞ୍ଜନ ସାହୁ, ମହାନଗର ଛାତ୍ର ସଭାପତି ଶୋଭନ ନାୟକ, ତାପସ ସାହୁ, ଅସିତ ସାବତ, ନେତାଜୀ ପାତ୍ର, ଉଦ୍ଧବ ବିଷୋୟୀ, ଆଦିତ୍ୟ ପଟ୍ଟନାୟକ, ସୂର୍ଯ୍ୟକାନ୍ତ ସୁବୁଦ୍ଧି, କେ.ମଧୁସୂଦନ ରାଓ, ମହାନଗର ସମ୍ପାଦକ ଧିରେଶ ସାବତ, ଏସ.ରିୟାଜ୍. ରୁଦ୍ର ମହାନ୍ତି, ମନୋଜ ସାବତ, କୃଷ୍ଣଚନ୍ଦ୍ର ମହାରଣା, ଅଜିତ ସେଠି, ମିଟୁ ମହାରଣା, କେ. ସତ୍ୟ ନାରାୟଣ ଦାଶ, ସମାଜସେବୀ ଏସ.ସନ୍ତୋଷ ପାତ୍ର, ଆଦିତ୍ୟ ନାରାୟଣ ସାହୁ, କାଶୀ ରେଡ଼ି, ରାମନାଥ ସାବତ, ଗଣେଶ କୁମାର ସାହୁ, ଅମିତ ମୁଖି, ନିଖିଲ ଚୌଧୁରୀ, ରାଜେଶ ପଟ୍ଟନାୟକ ସୋନାଲି ଗନ୍ତାୟତ, ପି.ଆଶାରାଣୀ, ମମତା ବିଷୋୟୀ, ସସ୍ମିତା ସାହୁ, ଲକ୍ଷ୍ମୀ ପାଢ଼ୀ, ଉମା ମିଶ୍ର, ଟି.ପ୍ରେମଞ୍ଜଳୀ, ମନିତା ଦାସ, କେ. ମଧୁସୂଦନ ରାଓ, ଦୁର୍ଗା ପଣ୍ଡା, ରବୀନ୍ଦ୍ର ମିଶ୍ର, ନିଖିଲ ଚୌଧୁରୀ, ଗିରିଜା ଶତପଥୀ, ତେଜ୍ ସ୍ୱାମୀ, ଏ.ଏଙ୍କିଡି ପାତ୍ର ରବିନ୍ଦ୍ର ସାହୁ, ସଚିନ ପଣ୍ଡା, ଶକ୍ତି ରଂଜନ ସାହୁଙ୍କ ସମେତ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା