ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ ଲକ୍ଷ ୫୦ ହଜାର ୭ ଶହ ୧ ଟଙ୍କା ପ୍ରଦାନ କଲେ ରଣପୁର ଶିକ୍ଷା ବ୍ଲକର ଶିକ୍ଷକମାନେ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସାର ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ତାର କାୟା ବିସ୍ତାର କରି ଚାଲିଛି l ଏହାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ନିୟମ ପ୍ରଣୟନ କରାଯାଉଛି l ଏହିପରି ବିପତ୍ତି ସମୟରେ ସରକାର ତଥା ଦେଶବାସୀଙ୍କୁ ସହାୟତା କରିବା ପାଇଁ ବିଭିନ୍ନ ସଂଗଠନ, ବିଭିନ୍ନ ବ୍ୟକ୍ତି ତଥା ବିଭିନ୍ନ ଅନୁଷ୍ଠାନଗୁଡିକ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜ ସକ୍ଷମ ଅନୁଯାୟୀ ସହାୟତା ରାଶି ପ୍ରଦାନ କରୁଥିବା ବେଳେ ରଣପୁର ଶିକ୍ଷା ବ୍ଲକର ଶିକ୍ଷକମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ ଲକ୍ଷ ୫୦ ହଜାର ୭ ଶହ ୧ ଟଙ୍କା ପ୍ରଦାନ କରାଯାଇଛି l ଏହି ସହାୟତା ରାଶିକୁ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୟାଗଡ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ବିଧାନ ଚନ୍ଦ୍ର ରାୟଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି l ଏହି ସହାୟତା ପ୍ରଦାନ ସମୟରେ ନୟାଗଡ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ରଣପୁର ବ୍ଲକ ଶିକ୍ଷା ଅଧିକାରୀ ଉପେନ୍ଦ୍ରନାଥ ସାହୁ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ଜ୍ୟୋତି ରଞ୍ଜନ ଦାଶ, ଏକ୍ସ କ୍ୟାଡର ଶିକ୍ଷକ ସଙ୍ଘର ସଭାପତି ପବିତ୍ର ପ୍ରଧାନ, ରଣପୁର ବ୍ଲକ ଶିକ୍ଷକ ସଙ୍ଘର ସମ୍ପାଦକ ଜଗନ୍ନାଥ ଦାଶ, ନପସ ଶିକ୍ଷକ ସଙ୍ଘର ସଭାପତି ପ୍ରଦୀପ ଖୁଣ୍ଟିଆ, ସି.ଆର.ସି.ସି. ରମାକାନ୍ତ ସାହୁ, ଯୁବ ଶିକ୍ଷକ ସୁଶୀଲ କୁମାର ରଣା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

ରିପୋର୍ଟ : ନିମାଇଁ ଚରଣ ପଣ୍ଡା