ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦୦୫ଟଙ୍କା ଦାନ କଲେ ରଘୁନାଥ ସାହୁ….

ବୁଗୁଡା (ସମୃଦ୍ଧ ଓଡିଶା) କରୋନା ସଂକ୍ରମଣ ବ୍ୟାପିବା ଯୋଗୁଁ ଦେଶ ଓ ରାଜ୍ୟରେ ଲକ ଡାଉନ ଘୋଷଣା ଯୋଗୁଁ ଏବଂ ସଂକ୍ରମିତ ମାନଙ୍କ ଚିକିତ୍ସା ପାଇଁ ଦେଶ ଓ ରାଜ୍ୟର ଆର୍ଥିକ ସ୍ଥିତି ଉପରେ କୁପ୍ରଭାବ ପଡିଥିବା ବେଳେ ବହୁ ବାଦାନ୍ୟ ବ୍ୟକ୍ତି ଦେଶ ଓ ରାଜ୍ୟର ଆର୍ଥିକ ଅବସ୍ଥା ସୁଧୀରିବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରି ସହାୟତାର ହାତ ବଢାଇଛନ୍ତି । ସେହିପରି ବୁବୁଡାର ବିଶିଷ୍ଟ ସାହିତ୍ୟିକ ତଥା ଅବସର ପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ରଘୁନାଥ ସାହୁ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ଜରୀଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୋରନା ସଂକ୍ରମଣ ସହାୟତା ପାଇଁ ୫୦୦୫ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି । ଏହି ଚେକ ପ୍ରଦାନ ସମୟରେ ବୁଗୁଡା ବଳଦେବ ଜୀଉ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ବିଭୁତି ଭୂଷଣ ମିଶ୍ର ଉପସ୍ଥିତ ଥିଲେ ।

ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା