ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ହାତ ଗଣତି ସାମ୍ବାଦିକଙ୍କୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ

ହିଞ୍ଜିଳିକାଟୁ ଓ ଶେରଗଡ଼(ସମୃଦ୍ଧଓଡିଶା) କିଛି ହାତ ଗଣତି ସାମ୍ବାଦିକଙ୍କୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ କରାଯାଇଥିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l ଏହି ଭଳି ଏକ ଘଟଣା ଘଟିଛି ଓଡିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ଅର୍ଥାତ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରେ l ଖବର ଅନୁଯାୟୀ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବିଜେଡି କର୍ମୀଙ୍କ ଦ୍ୱାରା ମାଣିକନଗର ବିଜେଡି କାର୍ଯ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଦେବା ସକାଶେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଥିଲା l ହେଲେ କିଛି ହାତ ଗଣିତ ସାମ୍ବାଦିକକୁ ନେଇ ଆୟୋଜିତ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏହା ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ହିଞ୍ଜିଳିକାଟୁ ବିଧାନସଭା ନିର୍ବାଚନମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତାର ଷଷ୍ଠ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି। ହିଞ୍ଜିଳକାଟୁ ନିର୍ବାଚନମଣ୍ଡଳୀ ଅଧୀନ ହିଞ୍ଜିଳିକାଟୁ ଓ ଶେରଗଡ଼ର ସମସ୍ତ ନେତା ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହିଞ୍ଜିଳିକାଟୁ ମାଣିକନଗର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ନବୀନ ବାବୁଙ୍କ ନେତୃତ୍ବ ଏବଂ ଉଦ୍ୟମରେ ଏହି ନିର୍ବାଚନମଣ୍ଡଳୀ ବିକାଶ କ୍ଷେତ୍ରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛି। ଆଗକୁ ମଧ୍ୟ ତାଙ୍କ ନେତୃତ୍ବରେ ଏହି ବିକାଶଧାରା ବଜାୟ ରହିବ ବୋଲି ଗଡ ମୁଖ୍ୟା ନେତା ମାନେ କହିଛନ୍ତି। ଏହି ଆୟୋଜିତ ସମ୍ମିଳନୀରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ତଥା ଗ୍ରୀଡ଼ ଅଧ୍ୟକ୍ଷ ପବିତ୍ରମୋହନ ପାଣିଗ୍ରାହୀ,ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ନଗର ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା, ଜିଲ୍ଲା ଯୋଜନା କମିଟି ସଦସ୍ୟଏନ.ରଘୁନାଥ, ହିଞ୍ଜିଳି ବ୍ଲକ୍ ଅଧ୍ୟକ୍ଷା ସରସ୍ବତୀ ସେଠୀ, ହିଞ୍ଜିଳି ବ୍ଲକ୍ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ଡି.ବିଶ୍ଵନାଥ, ଶେରଗଡ଼ ବ୍ଲକ୍ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର , ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ଓ ବ୍ଲକ୍ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ:- ଗଞ୍ଜାମ ଜିଲ୍ଲା ପ୍ରତିନିଧି ରଜତ ପଟ୍ଟନାୟକ