ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ୍ ରେ ଜନସମ୍ପର୍କ ପଦଯାତ୍ରା

ଶେରଗଡ଼(ସମୃଦ୍ଧ ଓଡିଶା) ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଶେରଗଡ଼ ବ୍ଲକର ବିଜେଡି ସଭାପତି ଶ୍ରୀ ଶରତ ପାତ୍ର, ଯୁବ ବିଜେଡି ସଭାପତି ଶ୍ରୀ ସନ୍ତୋଷ ପଟ୍ଟନାୟକ ଏବଂ ବ୍ଲକ ଅଧକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକଙ୍କ ନେତୃତ୍ୱ ରେ ପଦଯାତ୍ରା ର ପ୍ରଥମ ଦିନରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ର 57 ନଂ ଜୋନ କୃଷ୍ଣଛାଇ, ତାକରଡ଼ା, ଧବଳପୁର, ଧନନ୍ତର, ଡ଼େଙ୍ଗାପଦର, କୁରୁଳା ଏବଂ ଅଲାରୀଗଡ଼ ପଞ୍ଚାୟତ ରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା କରାଯାଇଥିଲା l ଏହି ପଦଯାତ୍ରାରେ ପଞ୍ଚାୟତ ଗୁଡିକର ବିଜୁ ପ୍ରେମୀ, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲାପରିଷଦ ସଭ୍ୟମାନଙ୍କ ସହ ବିଜୁ ଜନତା ଦଳର ସମସ୍ତ କର୍ମୀମାନଙ୍କ ସହ ଲୋକମାନଙ୍କ ପାଖକୁ ଯାଇ ଓଡିଶା ସରକାର ସମସ୍ତ ପ୍ରକାରର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଗୁଡିକ ବୁଝାଇବା ସହ ସରକାରଙ୍କ ସବୁ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଏବଂ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଗୁଡିକ ତୃଣମୂଳ ସ୍ତରରେ ଯେମିତି ପହଞ୍ଚି ପାରିବ ସେ ଉପରେ ଗୁରୁତ୍ୱ ଦିଆଯାଇଥିଲା l

ରିପୋର୍ଟ : ରଜତ ପଟ୍ଟନାୟକ