ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଏକ ଦୁଃଖ

ପୁଟପର୍ତୀ ବିଧାୟକଙ୍କ ସ୍ତ୍ରୀ ପରଲୋକ

ପୁଟପର୍ତୀ ବିଧାୟକ ପି. ରଘୁନାଥ ରେଡିଙ୍କ ପତ୍ନୀ ବିୟୋଗ ହେବ ଖବର ପାଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ତାଙ୍କ ବାସଭବନରେ ପହଂଚି ବିଧାୟକଙ୍କୁ ସମବେଦନା ଜଣାଇଛନ୍ତି । ଆଜି ତାଙ୍କ ଶଳା ତଥା ତେଳୁଗୁଦେଶମ ପାରଟିର ବରିଷ୍ଠନେତା ଏନ ହରିକ୍ରିଷ୍ଣା ଶବସତ୍କାରରେ ଯୋଗଦେଇ ଆସିବାପରେ ପୁଟପ୍ରତି ବିଧାୟକଙ୍କ ପତ୍ନୀ ପରଲୋକ ଖବର ଶୁଣି ଆହୁରି ମ୍ରିୟମାଣ ହୋଇଯାଇଥିଲେ । ତେଲୁଗୁଦେଶମ ପାର୍ଟିର ଅନ୍ୟାନ୍ୟ ବରିଷ୍ଠନେତା ମାନଙ୍କସହ ବିଧାୟକ ରଘୁନାଥ ରେଡ଼ିଙ୍କ ବାସଭବନକୁ ଯାଇଥିଲେ । ତାଙ୍କୁ ସମବେଦନା ଜଣାଇବା ସହ ଗଭୀରଶୋକ ପରକାଶକରିଥିଲେ । ଦୁଇଦିନ ଦୁଇଦୁଇଟି ଘଟଣା ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ବଢ଼ାଇଦେଇଥିଲା। ତଥାପି ସେ କ୍ରିୟାଶୀଳ ହୋଇ ସମସ୍ତ କାର୍ଯ୍ୟ ରେ ଯୋଗଦେଇଥିଲେ ।