ମାନୋ ୟା ନା ମାନୋ ଯୋଜନାର ବିଜେତାଙ୍କୁ ପୁରସ୍କାର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ମାନୋ ୟା ନା ମାନୋ ଯୋଜନାର ବିଜେତାଙ୍କୁ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଉଦ୍ଦେଶ୍ୟରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟୁଥ୍ ମାସ ସେବା ସଂଘ ପକ୍ଷରୁ ଗତ ଜାନୁୟାରୀ ମାସ ୧୨ ତାରିଖ ଦିନ ଏକ ଅଭିନବ କାର୍ଯ୍ୟକ୍ରମ ସ୍ୱଚ୍ଛତା ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପଲିଥିନ୍ କୁ ନା କରିବା ମାନୋ ୟା ନା ମାନୋ ଅଫର ଭଳି ସୁନ୍ଦର ଯୋଜନାର ଶୁଭାରମ୍ଭ କରାଯାଇଥିଲା । ପ୍ରତ୍ୟେକ ଲୋକ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ଜରି ଏଣେତେଣେ ନ ପାକଇ ସଂଗ୍ରହ କରି ୟୁଥ୍ ମାସ ସେବାର କାଉଣ୍ଟରରେ ଦାଖଲ କରି ଏକ ଉପହାର କୂପନ ନେଇଥିଲେ । ତାହାର ଲକି ଡ୍ର କୁପନ୍ ଉଠାଯାଇଛି । କୁପନ ବିଜେତା ମାନଙ୍କୁ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ୟୁଥ୍ ମାସ୍ ସେବା ସଂଘର ସମ୍ପାଦକ ସୟଦ ମୁକ୍ତାରଙ୍କ ସଂଯୋଜନାରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ବି.ଶ୍ରିନିବାସ, ପୂର୍ବତନ ସାଂସଦ ପ୍ରତିନିଧି ଆୟୁବ ଖାନ୍‌, ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ ଅତିଥି ଭାବେ ଯୋଗ ଦେଇ ଲକି ଡ୍ର ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୟୁଥମାସ୍ ସେବା ସଂଘର ଅଧ୍ୟକ୍ଷ ବନମାଳି ନେପାକ, କେ.ରମେଶ, ତ୍ରିଲୋଚନ ବେହେରାଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।