ମାନବିକତାର ପରିଚୟ ଦେଲେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ସାରା ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଦୃତ ଗତିରେ ବଢ଼ାଇ ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଲକଡାଉନ କରାଯାଇ ବିଭିନ୍ନ ପ୍ରକାର ନିୟମ ଲଗାଯାଇଛି । ଏଭଳି ପରିସ୍ଥିତିରେ ଲୋକ ମାନେ ଭୟଭୀତ ହୋଇ ଘରେ ରହିଥିବା ବେଳେ ଜଣେ ବୃଦ୍ଧ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ କିଛି ଶାଗ ଏବଂ କଞ୍ଚା ଲଙ୍କା ବିକ୍ରି କରୁଥିଲେ । ସେ କଥା ଦୃଷ୍ଟି ଗୋଚର ହେବା ପରେ ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁ ଉକ୍ତ ବୃଦ୍ଧଙ୍କ ଠାରୁ ତାଙ୍କର ସମସ୍ତ ପନିପରିବା କିଣି ନେଇ ତାଙ୍କୁ ଘରକୁ ଯିବା ପାଇଁ କହିଥିଲେ । ଅଧୁନା ଆମେ ବିଭିନ୍ନ ସମୟରେ ଦେଖିଥାଉ କି ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ମାନେ କୋଭିଡ ଶୃଙ୍ଖଳା ପାଳନ ପାଇଁ ଗରୀବ ବ୍ୟବସାୟୀ ମାନଙ୍କୁ ବିକ୍ରି କରାଇଦେଇ ନଥାନ୍ତି ବହୁ ସ୍ଥାନରେ ସେମାନଙ୍କ ପନିପରିବାକୁ ଫୋପାଡ଼ି ଦେଉଥିବାର କିଛି ଚିତ୍ର ମଧ୍ୟ ଆମେ ସୋସିଆଲ ମିଡିଆରେ ଦେଖୁଛୁ କିନ୍ତୁ ଡଃ. ସାହୁଙ୍କ ସମ୍ବେଦନା ଓ ଦରଦ ତାଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରି ତୋଳି ଧରିଛି । ବର୍ତ୍ତମାନ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଏଭଳି ମାନବିକତାର ପରିଚୟ ମିଳିଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି । ଯଦି ଏଭଳି ସମସ୍ତେ ମାନବିକତାର ପରିଚୟ ରକ୍ଷା କରିବେ ତେବେ ଆମ ଦେଶ ସ୍ୱର୍ଗ ପାଲଟି ଯିବ ଏବଂ କରୋନା ସଂକ୍ରମଣକୁ ବି ପ୍ରତିହତ କରାଯାଇ ପାରିବ ବୋଲି ଚର୍ଚ୍ଚା ମଧ୍ୟ ହେଉଥିବା ଜଣାପଡିଛି ।