ମହିଳା ହକି ସିରିଜ୍: ଭାରତ-ମ୍ୟାଲେସିୟା ତୃତୀୟ ମ୍ୟାଚ୍ ଡ୍ର’…

କୁଆଲାଲୁମ୍ପୁର: ନବନିତ୍ କୌରଙ୍କ ଡବଲ୍ ଗୋଲ୍ ବଳରେ ଭାରତୀୟ ମହିଳା ହକି ଟିମ୍ ଦୁଇଟି ଗୋଲ୍ ପଛୁଆ ରହିବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ସୋମବାର ଏଠାରେ ଅନୁଷ୍ଠିତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜର ତୃତୀୟ ମ୍ୟାଚରେ ମାଲେସିୟାକୁ ୪-୪ ଗୋଲରେ ଡ୍ର’ ରୋକିଛି।ସିରିଜର ପ୍ରଥମ ମ୍ୟାଚରେ ଭାରତ ୩-୦ ଓ ଦ୍ୱିତୀୟ ମ୍ୟାଚରେ ୫-୦ରେ ବିଜୟୀ ହୋଇଥିଲା। ସୋମବାର ଖେଳାଯାଇଥିବା ମ୍ୟାଚରେ ନବଜୋତ୍ କୌର୍ ୧୩ତମ ମିନିଟରେ ଗୋଟିଏ ଗୋଲ ଦେଇ ଭାରତକୁ ୧-୦ରେ ଆଗୁଆ କରାଇଥିବା ବେଳେ ୨୨ତମ ମିନିଟରେ ନବନିତ୍ ସ୍କୋରକୁ ଡବଲ୍ କରିଥିଲେ।୨୬ତମ ମିନିଟରେ ଗୁରଦୀପ କିରନଦୀପ ମ୍ୟାଲେସିୟା ପକ୍ଷରୁ ପ୍ରଥମ ଗୋଲ୍ କରିଥିଲେ। ଚଳିତ ସିରିଜରେ ମ୍ୟାଲେସିୟାର ଏହା ପ୍ରଥମ ଗୋଲ୍ ଥିଲା। ଏହା ପରେ ମାଲେସିୟା ପକ୍ଷରୁ ଦ୍ୱିତୀୟ ଗୋଲ୍ ଦେଇଥିଲେ ନୁରାନି ରଶିଦ୍।
୩୫ତମ ମିନିଟରେ ନୁରାମିରା ଜୁଲକିଫଲି ଓ ୩୮ତମ ମିନିଟରେ ନୁରାନିଙ୍କ ଗୋଲ ଦ୍ୱାରା ମାଲେସିୟା ୪-୨ରେ ଆଗୁଆ ହୋଇଥିଲା। କିନ୍ତୁ ୪୫ତମ ମିନିଟରେ ନବନିତ୍ ଓ ୫୪ତମ ମିନିଟରେ ଲାଲରେମସିଆମି ଗୋଟିଏ ଲେଖାଏ ଗୋଲ ଦେଇ ମ୍ୟାଚକୁ ୪-୪ରେ ଡ୍ର’ କରାଇଥିଲେ।