ମହିଳା ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ମାକ୍ସ ଓ ସାନେଟାଇଜେର ବଣ୍ଟନ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ୧ନମ୍ବର ୱାର୍ଡରେ ରହୁଥିବା ଝାଡୁଦାରମାନଙ୍କୁ ଗଜପତି ଜିଲ୍ଲା ମହିଳା ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ମାକ୍ସ ଓ ସାନେଟାଇଜେର ବଣ୍ଟନ କରାଯିବା ସହ ସେମାନଙ୍କୁ ଫୁଲ ମାଳ ଦେଇ ସମ୍ବର୍ଦ୍ଧନା ଜଣାଯାଇଥିଲା । ଯେହେତୁ ସାରା ବିଶ୍ୱରେ କରୋନାର ଆତଙ୍କ ଖେଳିଥିବା ବେଳେ କରୋନାର ଯୋଦ୍ଧା ଭାବେ କାମ କରି ଝାଡୁଦାର ମାନେ କରୋନାକୁ ନ ଡରି ନିଜ କର୍ମରେ ଲାଗି ପଡିଛନ୍ତି । ଜନସାଧରଣଙ୍କୁ ସୁସ୍ଥ ରଖିବା ପାଇଁ ଏହି ଝାଡୁଦାର ମାନେ ନିଜର କର୍ମ ଠିକ ସେ ତୁଲାଉଥିବାରୁ ଆଜି ଏହି ସ୍ଵେଚ୍ଛାସେବୀ ସଂଗଠନ ତରଫରୁ ସମ୍ବର୍ଦ୍ଧନା ଦେବା ସହ ସେମାନଙ୍କୁ ପ୍ରଶଂସା ମଧ୍ୟ କରିଥିଲେ । ଏହି ବଣ୍ଟନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ସଂଯୁକ୍ତ ବେହେରା, ଭାରତୀ ପାତ୍ର ଯୋଗଦେଇ ସମସ୍ତଙ୍କୁ ଫୁଲ ମାଳ ଦେଇ ସମ୍ବର୍ଦ୍ଧନା କରିଥିବା ବେଳେ ସମାଜ ସେବୀ ରାମନାଥ ମିଶ୍ର, ଅଭିଜିତ ବେହେରା, ଅନିଲ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା