ମହିଳାମାନଙ୍କୁ ସୁରକ୍ଷା ଦାବୀରେ ଅଖିଳ ଭାରତ ମହିଳା ସମିତି ପକ୍ଷରୁ ପ୍ରତିବାଦ ସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜାତୀର ପିତା ମହାତ୍ମାଗାନ୍ଧିଙ୍କ ସ୍ୱପ୍ନ ଥିଲା ଯେଉଁଦିନ ମହିଳମାନେ ରାତି ଅଧିରେ ରାଜରାସ୍ତାରେ ସୁରକ୍ଷିତ ଭାବେ ଚାଲି ପାରିବେ ସେ ଦିନ ଦେଶ ପ୍ରକୃତ ସ୍ୱାନ ହେଲା ବୋଲି ଜାଣିବା । କିନ୍ତୁ ଏବେ ପ୍ରତି ଘଣ୍ଟାରେ ୮୭ଜଣ ମହିଳା ଆକ୍ରମଣର ଶୀକାର ହେଉଛନ୍ତି କିମ୍ବା ଦୁଷ୍ମର୍ମର ଶୀକାର ହେଉଛନ୍ତି । କାହାକୁ ହତ୍ୟା କରାଯାଉଛି ତ କାହାର ଜିଭ କାଟି ନିଆଯାଉଛି । ଏପରି ଘଟଣା ଉତ୍ତାର ପ୍ରଦେଶରେ ଚାଲିଥିବା ମହିଳା ନିର୍ଯ୍ୟାତନା ଓ ହତ୍ୟା ବିରୋଧରେ ଅଖିଳ ଭାରତ ଗଣତାନ୍ତ୍ରୀକ ମହିଳା ସମିତି, ଜଳେଶ୍ୱର ଶାଖା ପକ୍ଷରୁ ଏକ ପ୍ରତିବାଦ ଧାରଣା ଦିଆଯାଇ ଉତ୍ତର ପ୍ରଦେଶରେ ମନୀଷାଙ୍କୁ ନ୍ୟାୟ ଦେବା ସହିତ ସରକାର ତରନ୍ତ ଇସ୍ତଫା ଦେବାକୁ ଦାବି କରିଛନ୍ତି । ଏଥିରେ ଗଣତାନ୍ତ୍ରୀକ ମହିଳା ସମିତିର ସର୍ବଭାରତୀୟ ସଂପାଦିକା ତାପସୀ ପ୍ରହରାଜ, ବାଲେଶ୍ୱର ଜିଲା ସଂପାଦିକା ମମି ପଣ୍ଡା, ସବିତା ଭୂୟାଁ, ଆରତୀ ପଲାଇ, କଳ୍ପିତା ସାହୁ, ମମତା ରାଜ, ଗୀତା ସିଂ, ମାମା ସିଂ, ମଂଜୁଲତା ପାତ୍ର, ସୁଲତାନା ବିବି, ସୁକାନ୍ତି ସାହୁ, ଗୀତାରାଣୀ ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ ।