ମହିଳାଙ୍କ ପ୍ରଗତିରେ ସମାଜର ପ୍ରଗତି ସମ୍ଭବ:ପର୍ଯ୍ୟଟନ ମନ୍ତ୍ରୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମହିଳାଙ୍କ ପ୍ରଗତିରେ ସମାଜର ପ୍ରଗତି ସମ୍ଭବ । ନବୀନ ସରକାର ମିଶନଶକ୍ତି ମାଧ୍ୟମରେ ୭୦ଲକ୍ଷ ମହତଳାଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ସଂକଳ୍ପବଦ୍ଧ ହୋଇ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମତବ୍ୟକ୍ତ କରିଛନ୍ତି । ଆଜି ସଂଧ୍ୟାରେ ଜଳେଶ୍ୱର ମହୋତ୍ସବର ତୃତୀୟ ସଂଧ୍ୟାରେ ମହିଳା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ପୁରୁଷ ଓ ମହିଳାମାନଙ୍କୁ ଶଗଡର ଦୁଇଟି ଚକସହ ତୁଳନା କରିଥିଲେ । ଶ୍ରୀଜଗନ୍ନାଥ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ରାଜେଶ୍ୱରୀ ପାଣିଗ୍ରାହୀଙ୍କ ପୌରହିତ୍ୱରେ ଅନୁଷ୍ଠିତ ସଭାରେ ରେବତୀର ସଂପାଦିକା ସମାଜସେବୀ ସୁବାସିନୀ ଜେନା ଯୋଗ ଦେଇ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଓ ବିଦ୍ୟାଦାୟିନୀ ମା ସରସ୍ୱତୀ ପୂଜୋତ୍ସବର ଐତିହ୍ୟ ଓ ଭିତ୍ତିଭୂମୀ ପ୍ରକାଶ କରି ଗାନ୍ଧୀଙ୍କର ୬ଟି ବାଣି ସଂପର୍କରେ ବିସ୍ତୃତ ଆଲୋକପାତ କରିଥିଲେ । ସମମ୍ମାନୀତ ଅତିଥିଭାବେ ଜଳେଶ୍ୱରର ବିଧାୟକ ଅଶ୍ୱିନୀ ପାତ୍ର, ଯୁଗଶ୍ରୀ ଯୁଗନାରୀର ସଂପାଦିକା ମମତା ମହାପାତ୍ର, ଅଖୀଳ ଭାରତ ଗଣତାନ୍ତ୍ରୀକ ସମିତିର ସଂପାଦିକା ସଂଧ୍ୟା ଦାସ ମଜୁନ୍ଦାର, ସୟନିକା ବାନାର୍ଜି, ଓ ଇତିଶ୍ରୀ ରଥ ବକ୍ତବ୍ୟ ରଖିଥିଲେ । ଅପର୍ଣ୍ଣା ନନ୍ଦି ଅତିଥି ମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ଅନୁସୂୟା ପ୍ରଧାନ ଅତିଥି ପରିଚୟ କରିଥିଲେ । ମିସେସ୍ ଇଣ୍ଡିଆ ଇଣ୍ଟରନେସନାଲ ପ୍ରତିଯୋଗିତାରେ କୃତିତ୍ୱ ପାଇଁ ସୁରଂଜିତା ରଣା, ଓଏଏସ୍ ପରୀକ୍ଷାରେ କୃତିତ୍ୱ ପାଇଁ ପ୍ରତୀକ କୁମାର ସାହୁ, ସଫଳ ମହିଳା ଚାଷୀଭାବେ ଶାନ୍ତିଲତା ରାଉଳ ଓ ଅଭିନେତ୍ରୀ ସୟନିକା ବାନାର୍ଜିଙ୍କୁ ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ସମ୍ବର୍ଦ୍ଧିତ କରିଥିଲେ । ମଧୁଛନ୍ଦା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡିଶାୀ ନୃତ୍ୟୁ ଗୁରୁ ସୁରଜ କୁମାର ସାହୁଙ୍କ ନିର୍ଦ୍ଦେଶନାରେ ବ୍ରହ୍ମପୁରର ଓଡିଶୀ ସାଧନା ପୀଠର କଳାକାରମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଉପାନ୍ତରେ ଜଳେଶ୍ୱର ମହୋସବ ଓଡିଆ ଭାଷା ସାହିତ୍ୟ ସଂସ୍କୃତିର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରୁ ଥିବାରୁ ସରକାରୀ ସହାୟତା ଯୋଗାଇ ଦେବା ସଂପର୍କରେ ସୂଚନା ଦେଇଥିଲେ । ଉତ୍ତର ବାଲେଶ୍ୱରରେ ଥିବା ଐତିହ୍ୟପୂର୍ଣ୍ଣ ଐତିହାସିକ ପୃଷ୍ଠଭୂମୀ ରାଇବଣିଆଗଡ ଓ ଅନ୍ୟ କେତେକ ସ୍ଥାନର ବିକାଶ ଲାଗି ସରକାର ଚେଷ୍ଟିତ ଥିବା କହିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା