ମହାନ୍ ସଂଘ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ମହାନ୍ ସଂଘ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି  । ଦେଶର ଅର୍ଥନୀତି ବିକାଶରେ ଶିଳ୍ପର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ, ସମ୍ପ୍ରତି ବେକାର ସମସ୍ୟା ଦୂରୀକରଣ କରି ରୋଜଗାକ୍ଷମ କରିବା ଆବଶ୍ୟକ । ଛାତ୍ରଛାତ୍ରୀମାନେ ନିଜ ଜୀବନକୁ ସ୍ୱାବଲମ୍ବି କରିବା ନିମନ୍ତେ ନିଜେ ରୋଜଗାର କରିବା ସହ ଅନ୍ୟକୁ ରୋଜଗର କ୍ଷମ କରିପାରିବା ନିମନ୍ତେ ଶିଳ୍ପପତି ହେବା ସ୍ୱପ୍ନ ଦେଖନ୍ତୁ ବୋଲି ଆଜି ମହାନ୍ ସଂଘ ପକ୍ଷରୁ ଗୋବରା ସ୍ତିତ ବିଶ୍ଵ ଭାରତୀ ବିଦ୍ୟାଭାରତୀ ବିଦ୍ୟାଳୟରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ସୁଶାନ୍ତ କୁମାର ସାବତ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଗୋପାଳ ଲେଙ୍କାଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ଅବସରପ୍ରାପ୍ତ ପ୍ରସାଶନିକ ଅଧିକାର ଉଦୟ ନାଥ ପ୍ରଧାନ, ନାର୍ସୁ ଜେନା, କ୍ଷେତ୍ର ବ୍ରହ୍ମପୁର ମହାବିଦ୍ୟାଳୟର ଅଧକ୍ଷ ବି. ଗୋବିନ୍ଦ ରାଓ, ଶୂଳପାଣି ଶତପଥୀ, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଗାୟତ୍ରୀ ମିଶ୍ର, ଅବସପ୍ରାପ୍ତ ବିଇ ଓ ହୁର୍ଶିକେସ ମିଶ୍ର, ଏସିଏଫଏମ ମୋତିଲାଲ, ଏମଡି ଇଲିଜିଆସ ଖାଁନ, ଏମ ରଜାକ ଓ ବିଦ୍ୟଭାରତିର ସଭାପତି କୁଞ୍ଜବିହାରୀ ନାୟକ ପ୍ରମୁଖ ଶିଳ୍ପାୟନ ଉପରେ ଆଲୋକପାତ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା