ମହାନାଦପୁର ପଂଚାୟତ ସ୍ତରୀୟ ‘ଆମ ଓଡିଶା ନବୀନ ଓଡିଶା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଛତ୍ରପୁର(ସମୃଦ୍ଧଓଡିଶା)ଛତ୍ରପୁର ବ୍ଲକ ମହାନାଦପୁର ପଂଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପଞ୍ଚାୟତ ଅଫିସ ଠାରେ ଆୟୋଜି ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ବେହେରା ସମ୍ମାନିତ ଅତିଥିଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ମୁନା ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ଏଥିଲାଗି ୧୮ ଟି ପଂଚାୟତ ଗୁଡିକ ଶସକ୍ତ ହୋପାରିଛି ବୋଲି ଅତିଥିମାନେ କହିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମହାନଦପୁର ସରପଂଚ ରବୀନ୍ଦ୍ର ରାଉଳ ସଂଯୋଜନା କରିଥିଲେ । ପ୍ରାରମ୍ଭରେ ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତ ପରିବେଷଣ ହୋଇଥିଲା । ଏହି ଅବସରରେ ଉନ୍ନୟନ ମୂଳକ କାର୍ଯ୍ୟର ଏକ ପୁସ୍ତିକା କୁ ଉନ୍ମୋଚନ କରାଯାଇଥିଲା । ବିଭିନ୍ନ ବିଭାଗ ଦ୍ୱାରା ତ୍ୱରାନ୍ୱିତ ହୋଇଥିବା କାର୍ଯ୍ୟ ଓ ଯୋଜନା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନେ ବିସୃତ ଭାବେ ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ବ୍ଲକ ଶ୍ରମିକ ନେତା ଦୂର୍ଯ୍ଯିୟଧନ ରେଡ୍ଡୀ, ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁ, ବଉଳ ଗାଁ ସରପଞ୍ଚ ପ୍ରତିମା ଦାସ , ସମିତି ସଭ୍ୟ ରାମ୍ ଚନ୍ଦ୍ର ପରିଡା ସରପଞ୍ଚ ଗଗନ , ଜିଲ୍ଲା ପରିଷଦ ଛବୀତା ବେହେରା ବେହେରା , ବି.ସୁଦାମ, ପୋଟୋଲାମ ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ l

ରିପୋର୍ଟ : ନିମାଇଁ ଚରଣ ପଣ୍ଡା