କାଟା କାଟା ନେତାଙ୍କୁ ନେଇ ଉଦଘାଟିତ ହେଲା ବ୍ରହ୍ମପୁର ମହାନଗର ମହୋତ୍ସବ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ୭ମ ମହାନଗର ମହୋତ୍ସବ ଉଦଘାଟିତ ହୋଇଯାଇଛି । ଆଜିଠାରୁ ଆସନ୍ତା ଅର୍ଥାତ ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୦ ଦିନ ଧରି ଚାଲିବ ଏହି ମହୋତ୍ସବ । ମହୋତ୍ସବର ପ୍ରଥମ ସନ୍ଧ୍ୟା ତଥା ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଓଡିଶା କୃଷି ମାର୍କେଟିଂ ବୋର୍ଡର ଉପଦେଷ୍ଟା ତଥା ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ଅଧକ୍ଷା ସୋନମ ପୋଲ୍ଲେଇ, ପୂର୍ବତନ ବିଧାୟକ ଡ଼.ରମେଶ ଚନ୍ଦ୍ର ଚୌପଟ୍ଟନାୟକ, ପୂର୍ବତନ ବିଡିଏ ଅଧକ୍ଷ ସୁବାଷ ମହାରଣା, ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇ, ଓଇଆରସି ଯୁଗ୍ମ ନିର୍ଦେଶକ ପୁରବୀ ଦାସ, ଓପିଟିସିଏଲ ପୂର୍ବତନ ନିର୍ଦେଶକ ଆର ଆର ପଣ୍ଡା, ସାଉଥ କୋ ଏଓ ପିକେ ସାହୁ, ସାଉଥ କୋ ନୋଡାଲ ଅଫିସର ଗଞ୍ଜାମ ପି କେ ଚୌଧୁରୀ, ରେଶମ ସହର ପୁସ୍ତକ ମେଳା ସଭାପତି ଗୋପାଳ କୃଷ୍ଣ ଡାକୁଆ ଏବଂ କାର୍ଯ୍ୟକାରୀ ସଭାପତି ଡା. ଚନ୍ଦ୍ରମଣୀ ସ୍ୱାଇଁ, ମହାନଗର ମହୋତ୍ସବର ଉପଦେଷ୍ଟା ପ୍ରଫେସର ଏନ ସି ପାଢ଼ୀ, ବରିଷ୍ଠ ସାମ୍ବାଦିକ ରବି ରଥ, ଅଶୋକ ବ୍ରହ୍ମା, ଦଣ୍ଡପାଣି ନାୟକ, ଆବାହକ ଇଂ. ଉମା ଶଙ୍କର ପାଣିଗ୍ରାହୀ, ମହୋତ୍ସବର ସଭାପତି ନାରାୟଣ ମହାଙ୍କୁଡ, ସମ୍ପାଦକ ଗୋପାଳ ପଟନାୟକ, କୋଷାଧ୍ୟକ୍ଷ ପ୍ରଣୟ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ଗଞ୍ଜାମର କଳା ସଂସ୍କୃତିକୁ ଉଜ୍ଜୀବିତ ରଖିବା ସହ ଲୁକାହିତ ପ୍ରତିଭାଙ୍କୁ ତାର ଖୋଲା ମଂଚରେ ସୁଯୋଗ ଦେଇଥାଏ ମହାନଗର ମହୋତ୍ସବ। ଗଞ୍ଜାମ ଜିଲ୍ଲା କଳାକାରଙ୍କ ଜିଲ୍ଲା ଓ ଗଞ୍ଜାମ ମାଟି କଳାକାରଙ୍କ ମାଟି, ତେଣୁ ଏଠି ମହୋତ୍ସବର ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ । ପ୍ରଥମ ଦିନରେ ବରିଷ୍ଠ ସାମ୍ବାଦିକ ଜଗନ ମୋହନ ମହାପାତ୍ର ସଭାରେ ସଂଯୋଜନା କରିଥିଲେ । ଏହା ସହ ମହୋତ୍ସବ ମଞ୍ଚରେ ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ପରେ ଆୟୋଜିତ ହୋଇଥିଲା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ । ମହୋତ୍ସବର ପ୍ରଥମ ସନ୍ଦ୍ୟାରେ ବ୍ରହ୍ମପୁର ଓଡିଶୀ ସଂଗୀତ ପରିଷଦର ନୃତ୍ୟଶିଳ୍ପୀଙ୍କ ପକ୍ଷରୁ ଓଡିଶୀ ନୃତ୍ୟ, ସୃତି ଡ୍ୟାନ୍ସ ଏକାଡେମୀ କଳାକାରଙ୍କ ପକ୍ଷରୁ ଆଧୁନିକ ନୃତ୍ୟ, ହିଂଜିଲି ପଚଲିମା ଆଇଟିଆଇ କଲେଜର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆତଙ୍କବାଦ ନିରୋଧୀ ଡ୍ରାମା ପରିବେଷଣ, ପ୍ରଗତି କଳାକେନ୍ଦ୍ର ଛତ୍ରପୁର ତରଫରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲା । ଏଥିସହ ମହୋତ୍ସବ ପ୍ରଥମ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଶାର ଘରେ ଘରେ ପରିଚିତ ପୋଲିଟିକାଲ ସୋ ଦି-ଗ୍ରେଟ ଓଡିଶା ପୋଲିଟିକାଲ ସର୍କସର କଳାକାର ମାନେ । ବିଭିନ୍ନ ରାଜନୈତିକ ବିଷୟ ବସ୍ତୁକୁ ନେଇ ବ୍ୟଙ୍ଗ ମାଧ୍ୟମରେ ପୋଲିଟିକାଲ ସର୍କସର କଳାକାର ମାନେ ଦର୍ଶକଙ୍କ ମନ ମୋହିଥିଲେ । ଏହି ମହୋତ୍ସବର ଅନ୍ୟତମ ଆକର୍ଷଣ ହେଉଛି ରାଜ୍ୟ ତଥା ରାଜ୍ୟ ବାହାରର ୧୨୦ରୁ ଉର୍ଦ୍ଧ ଷ୍ଟୋଲ । ଯେଉଁଥିରେ ବିଭିନ୍ନ ଘରୋଇ ଉପକରଣ ସାମଗ୍ରୀ, କୁଟୀର ଶିଳ୍ପ ଆଦି ପ୍ରଦର୍ଶିତ ହେବା ସହ ବିକ୍ରିବଟା କରାଯାଉଛି । ଏଥିସହ ପ୍ରଥମ ଥର ପାଇଁ ମହୋତ୍ସବରେ ରେଶମ ସହର ପୁସ୍ତକ ମେଳାକୁ ସାମିଲ କରାଯାଇଛି । ଆୟୋଜିତ ଏହି ମହୋତ୍ସବକୁ ପ୍ରଶାନ୍ତ ଦାସ, ରଶ୍ମିତା ପାଣିଗ୍ରାହୀ, ସୁଦୀପ ସାହୁ, ଅଭିରାମ ପାତ୍ର, ଚିଙ୍କୁ ପ୍ରତିନିଧି, ଶଙ୍କର ରଣା, ମିହିର ତ୍ରିପାଠୀ, ମନୋଜ କାନ୍ତ ଦାସ, ସୂର୍ଯ୍ୟ ନାରାୟଣ ଦାସ, କାର୍ତ୍ତିକ ପାଣିଗ୍ରାହୀ, ସତ୍ୟ ଚେତନ ପରିଡା, ରଶ୍ମିତା ସାମଲ, କାହ୍ନୁ ରାଉତ, ମିଡିଆ ସେଲ ସଂଯୋଜକ ଅସିତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମୃଦ୍ଧ ଓଡିଶା ନିଉଜ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ବି ଉପସ୍ଥିତ ରହି ସହଯୋଗ ଓ ସଂଯୋଜନା କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା