ମହାତ୍ମାଗାନ୍ଧୀ ମାର୍ଗରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ଆଜି ରାଜ୍ୟ ସ୍ତରୀୟ ଜାତୀୟ ପତାକା ଉତ୍ତୋଳନ ଓ ପ୍ୟାରେଡ଼ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ସକାଳ ୮ଟା ୩୦ମିନିଟ ସମୟରେ ଜାତୀୟ ପତାକା ୟୁଟାଲାନ କରି ଅଭିବାଦନ ଗ୍ରହଣ କରିଥିଲେ । ପୋଲିସ ବ୍ୟାଣ୍ଡ ପକ୍ଷରୁ ଜାତୀୟ ସଂଗୀତ ପରିବେଷଣ କରାଯାଇଥିଲା । ପ୍ରଥମ ଥର କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗଦାନ କରିଥିଲେ । ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ସ୍ୱରାଷ୍ଟ୍ର ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା, ଆରକ୍ଷୀ ମହା ନିର୍ଦ୍ଦେଶକ ଅଭୟ, ସୂଚନା ଓ ଲୋକ ସମ୍ପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଞ୍ଜୟ କୁମାର ସିଂ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିବାଦନ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ । ଭାରପ୍ରାପ୍ତ ଡିସିପି (ଟ୍ରାଫିକ) ମିସ ସାଗରିକା ନାଥ ପରେଡ ପରିଚାଳନା କରିଥିଲେ । ପରେଡ କ୍ଵାମିନାରା ଓ ଜୟହିନ୍ଦ ଧ୍ୱନି ଦେବା ପରେ ପରେଡ କମାଣ୍ଡର ଭାବେ ମୁଖ୍ୟ ଅତିଥିଙ୍କ ଅନୁମତି ନେଇ ପରେଡରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ଦଳଗୁଡିକୁ ମାର୍ଚ୍ଚପାଷ୍ଟ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ପରେଡ ପରିଚାଳନାରେ ଡେପୁଟି କମାଣ୍ଡାଣ୍ଟ ଏସଓଜି ଅଜୟ କୁମାର ପାଢ଼ୀ, ଓଏପିଏସ. ଏସିପି-୭ମ ଟାଟାଲିୟନ ଭବାନୀ ପ୍ରସାଦ ଜେନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ୩ୟ ଅଫିସର ରଶ୍ମି ରଞ୍ଜନ ଜେନା ସ୍ୱତନ୍ତ୍ର ଅଧିକାରୀ ଭାବେ ପରେଡ ପରିଚାଳନାରେ ସହଯୋଗ କରିଥିଲେ । ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ଆକର୍ଷଣୀୟ ପରେଡରେ ୧୨୦ ଟି.ଏ. ଟାଟାଲିୟନ, କଳିଙ୍ଗ ଏନକ୍ଳେଭ, ଭୁବନେଶ୍ୱର(ବ୍ୟାଣ୍ଡ), ୧୨୦ ଟି.ଏ. ଟାଟାଲିୟନ, କଳିଙ୍ଗ ଏନକ୍ଳେଭ, ଭୁବନେଶ୍ୱର(ୟୁନିଫର୍ମ), କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ, ରେଳବାଇ ସୁରକ୍ଷା ବାହିନୀ, ଇଣ୍ଡିଆନ ରିଜର୍ଭ/ସ୍ପେସିଆଲ ରିଜର୍ଭ ପ୍ଲାଟୁନ ଓଡିଶା ରାଜ୍ୟ ପୋଲିସ, ଓ.ଏସ.ଏ.ପି ପ୍ଲାଟୁନ ଓଡିଶା ରାଜ୍ୟ ପୋଲିସ, ଏସ.ଏସ. ଟାଟାଲିୟନ, ଏ.କେ.୪୭, ଭୁବନେଶ୍ୱର, ଏସ.ଓ.ଜି. ଚନ୍ଦକା, ଭୁବନେଶ୍ୱର, ରାଜ୍ୟ ପୋଲିସ ବ୍ରାସବ୍ରାଣ୍ଡ-୧, ଓ.ଏସ.ଏ.ପି. ୬ଷ୍ଠ ଟାଟାଲିୟନ, ଭୁବନେଶ୍ୱର, ଓଡିଶା ତ୍ୱରିତ କାର୍ଯ୍ୟବଳ ରାଜ୍ୟ ପୋଲିସ, ଓ.ଆର.ଏସ.ଏଫ. ରାଜ୍ୟ ପୋଲିସ, ଓଡିଶା ରାଜ୍ୟ ପୋଲିସ, ଟ୍ରାଫିକ ପୋଲିସ ବାହିନୀ(ମହିଳା), କମିଶନରେଟ, ରାଜ୍ୟ ଅଗ୍ନିଶମ ସେବା, ଅଗ୍ନିଶମ ବ୍ୟାଣ୍ଡ, ଗୃହରକ୍ଷୀ(ପୁରୁଷ), ବେସାମରିକ ପ୍ରତିରକ୍ଷା(ମହିଳା), ବରିଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ, ପଦାତିକ ବାହିନୀ(ବାଳକ), ବରିଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ, ବାୟୁ ବାହିନୀ(ବାଳକ), ବରିଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ, ବାୟୁ ବାହିନୀ(ବାଳିକା), କନିଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ, ପଦାତିକ ବାହିନୀ(ବାଳକ), କନିଷ୍ଠ ଜାତୀୟ ସମର ଶିକ୍ଷାର୍ଥୀ, ପଦାତିକ ବାହୀନି(ବାଳିକା), ସୈନିକ ସ୍କୁଲ କନିଷ୍ଠ ସମର ଶିକ୍ଷାର୍ଥୀ ବାହିନୀ(ବାଳକ), ସୈନିକ ସ୍କୁଲ ବ୍ୟାଣ୍ଡ (ଅଣ ସମର ଶିକ୍ଷାର୍ଥୀ ବାହିନୀ, ଡିଏଭି ପବ୍ଲିକ ସ୍କୁଲ, ଚନ୍ଦ୍ର ଶେଖରପୁର(ବାଳକ), ଡ଼ିଏଭି ପବ୍ଲିକ ସ୍କୁଲ, ପୋଖରୀପୁଟ (ବାଳକ ଓ ବାଳିକା), ଡ଼ିଏଭି ପବ୍ଲିକ ସ୍କୁଲ, ୟୁନିଟ-୮, ବି.ଜେ.ଇ.ଏମ. ସ୍କୁଲ-୧(ବାଳକ ଓ ବାଳିକା), ଭାରତ ସ୍କାଉଟ ଓ ଗାଇଡ଼ ରେଞ୍ଜର(କଲେଜ ବାଳିକା), ଭାରତ ସ୍କାଉଟ ଓ ଗାଇଡ଼ ରୋଭର (କଲେଜ ବାଳକ), ଭାରତ ସ୍କାଉଟ ଓ ଗାଇଡ଼, କନିଷ୍ଠ ସ୍କାଉଟ(ବାଳକ), ଭାରତ ସ୍କାଉଟ ଓ ଗାଇଡ଼ କନିଷ୍ଠ ଗାଇଡ଼(ବାଳିକା), ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଚନ୍ଦ୍ର ଶେଖରପୁର(ପାଇପ ବ୍ୟାଣ୍ଡ), ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର(ବେସାମରିକ), ସେଣ୍ଟ ଜାଭିୟର ବାଳିକା ହାଇସ୍କୁଲ, ଖଣ୍ଡଗିରି, ସେଣ୍ଟ ଜାଭିୟର ହାଇସ୍କୁଲ, ଖଣ୍ଡଗିରି(ବାଳକ), ସେଣ୍ଟ ଜନ ଆମ୍ବୁଲାନ୍ସ, ଓଡିଶା ରାଜ୍ୟ କେନ୍ଦ୍ର(ବାଳକ), ଡ଼ିଏମ ସ୍କୁଲ, ଆଞ୍ଚଳିକ ପ୍ରତିଷ୍ଠାନ, ଭୁବନେଶ୍ୱର(ବାଳକ), ମଦର୍ସ ପବ୍ଲିକ ସ୍କୁଲ, ୟୁନିଟ-୧, ଭୁବନେଶ୍ୱର(ବାଳକ), ମଡର୍ଣ୍ଣ ପବ୍ଲିକ ସ୍କୁଲ, ଭୁବନେଶ୍ୱର, ରାଜ୍ୟ ପୋଲିସ ବ୍ରାସ ବ୍ୟାଣ୍ଡ-୨, ଓ.ଏସ.ଏ.ପି ୭ମ ଟାଟାଲିୟନ, ଭୁବନେଶ୍ୱର, ସାଇ ଅନ୍ତର୍ଜାତୀୟ ସ୍କୁଲ, ଚନ୍ଦକା ଶିଳ୍ପାଞ୍ଚଳ, କନିଷ୍ଠ ରେଡ଼କ୍ରସ(ବାଳିକା), ଓ.ଡି.ଏମ. ପବ୍ଲିକ ସ୍କୁଲ, ପଟିଆ, ବିକାଶ ରେସିଡେନ୍ସିଆଲ, ଭୁବନେଶ୍ୱର ମଡେଲ ପବ୍ଲିକ ସ୍କୁଲ, ମହର୍ଷି ଡେୟାର ଡେଭିଲ ଟିମ(ବାଳକ ଓ ବାଳିକା), ଓଡିଶା ରୋଲର ସ୍ପେଟିଂ ଆସୋସିଏସନ ଯୋଗଦେଇ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ମୁଖ୍ୟ ଅତିଥି ରାଜ୍ୟପାଳଙ୍କୁ ଅଭିବାଦନ ଜଣାଇଥିଲେ । ପରେ ପରେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆରାଧନା ଡ୍ୟାନ୍ସ ଏକାଡେମୀ ଖୋର୍ଦ୍ଧା ତରଫରୁ ‘ଗୋଟିପୁଅ ନୃତ୍ୟ’, ମା’ ସମଲେଶ୍ୱରୀ କଳାବିକାଶ କେନ୍ଦ୍ର, ଗଞ୍ଜାମ ଦ୍ୱାରା ‘ଯୋଡି ଶଙ୍ଖ ଓ ରଣପା ନୃତ୍ୟ’, ସଂଗୀତ ସମିତି ପଦ୍ମପୁର(ବରଗଡ଼) ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ବଣ୍ଡା ନୃତ୍ୟ ପରିବେଷଣ କରାଯାଇଥିଲା । ଏହାପରେ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ପକ୍ଷରୁ ସୁଦୃଶ୍ୟ ପ୍ରଜ୍ଞାପନ ମେଢମାନ ପ୍ରଦର୍ଶିତ ହୋଇ ଜନସାଧାରଣଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ‘କୃଷକମାନଙ୍କ ଉନ୍ନତି ସାଧନ’ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ‘ସୁସ୍ଥ ଓଡିଶା ଓ ସୁଖୀ ଓଡିଶା’, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ଜାଗା ମିଶନ’, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ‘ଆମ ବିଦ୍ୟାଳୟ’, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ‘କଳାଭୁମି’, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ମୋ ପରିଚୟ’, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ‘ଆଦର୍ଶ ଗ୍ରାମ’. ପୂର୍ତ ବିଭାଗ ପକ୍ଷରୁ ‘ଐତିହ୍ୟ ସମ୍ପନ୍ନ ସହର ପୁରୀ’, ଓସଡମା ପକ୍ଷରୁ ‘ବିପର୍ଯ୍ୟୟ ପରିଚାଳନା’, ଓଡିଶା ରାଜ୍ୟ ଏଡ଼ସ ନିରାକରଣ ସୋସାଇଟି ପକ୍ଷରୁ ‘ଏଡ଼ସ ସଚେତନତା’, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଅଗ୍ନିଶମ ବିଭାଗ, ଆମ୍ବୁଲାନ୍ସ ଆଦି ପ୍ରଜ୍ଞାପନ ମେଢ଼ ଅଂଶ ଗ୍ରହଣ କରିଥିଲେ । ରାଜ୍ୟ ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ଉଦ୍ୟମରେ ବିଭିନ୍ନ ବିଭାଗର ସହଯୋଗରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର, ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ସମେତ ବହୁ ବିଭାଗର ବରିଷ୍ଠ ଶାସନ ସଚିବ, ନିର୍ଦ୍ଦେଶକରଣ, ପୋଲିସ ପ୍ରଶାସନର ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଗଦେଇ ରାଜ୍ୟସ୍ତରୀୟ ପରେଡକୁ ଶୃଙ୍ଖଳିତ ଏବଂ ଉପଭୋଗ କରିଥିଲେ । ହଜାର ହଜାର ସଂଖ୍ୟାରେ ରାଜଧାନୀବାସୀ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଦର୍ଶକମାନେ ଏହି ଭବ୍ୟ ରାଜ୍ୟ ସ୍ତରୀୟ ଉତ୍ସବ, ପରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ନିର୍ଦ୍ଦେଶକ ନିରଞ୍ଜନ ସେଠି, ଯୁଗ୍ମ ନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ, ବରିଷ୍ଠ ସୂଚନା ଅଧିକାରୀ ଶ୍ରୀମତୀ ଦିପ୍ତିମୟୀ ମହାପାତ୍ର, ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀଙ୍କ ସଂଯୋଜନାରେ ଏହି ରାଜ୍ୟସ୍ତରୀୟ ଉତ୍ସବ ସାଫଲ୍ୟ ମଣ୍ଡିତ ହୋଇଥିଲା ବୋଲି ସୂଚନା ଅଧିକାରୀ ମାନସ ରଞ୍ଜନ ଖୁଣ୍ଟିଆ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା