ମରଣ ଜନ୍ତା ପାଲଟିଛି ଜମାଳପୁର ବାଇପାସ ଠାରୁ ଜଳେଶ୍ୱର ଚୈତନ୍ୟ ସାହୁ ଗଳି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ବର ଠାରୁ ଚୋରମରା ଭାୟା ଜମାଳପୁର ରାସ୍ତାର ଅବସ୍ଥା ଶୋଚନୀୟ ଥିବାରୁ ବହୁ ସମୟରେ ଜନସାଧାରଣ ଦୁର୍ଘଟଣା ଘଟୁ ଥିବା ଦେଖା ଯାଉଛି । ଉକ୍ତ ରାସ୍ତା ୬୦ ନମ୍ବର ଜାତୀୟ ରାଜପଥ ଜମାଳପୁର ବାଇପାସ ଠାରୁ ଜଳେଶ୍ବର ଚୈତନ୍ୟ ସାହୁ ଗଳି ପର୍ଯ୍ୟନ୍ତ ରାସ୍ତାର ଅଧିକାଂଶ ସ୍ଥାନରେ ବହୁ ଗୁଡ଼ିଏ ବଡ଼ ବଡ଼ ଗାଢ଼ ହୋଇ ଯାଇ ପାଣି ଛିଡ଼ା ହେବା ଫଳରେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଥିବା ଅଭିଯୋଗ ହେଉଛି । ଉକ୍ତ ରାସ୍ତାଟି ଜଳେଶ୍ବର ଠାରୁ ଚୋରାମରାକୁ ନ ଥିବାରୁ ବିଗତ ଦିନରେ √ ଗୌର ଗୋପାଳ ଦାସଙ୍କ ନେତୃତ୍ୱରେ ଗୋଟିଏ ରାତିରେ ଜନସାଧାରଣଙ୍କୁ ଏକଜୁଟ କରି ସେ ନିର୍ମାଣ କରିଥିଲେ । ପରବର୍ତ୍ତୀ ସମୟରେ ସ୍ୱର୍ଗତ ଦାସ ଓ କେତେକ ବଦାନ୍ୟ ବ୍ୟକ୍ତି କିଛି ଅର୍ଥ ଖର୍ଚ୍ଚ କରି ଲୋକଙ୍କ ଠାରୁ ରେଜେଷ୍ଟ୍ରିଶନ କରି ଜଳେଶ୍ବର ବିଡ଼ିଓଙ୍କ ନାମରେ କରାୟାଇଥିଲା ଓ ଏହି ରାସ୍ତାଟି ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଥିଲା ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହାର ପକ୍କା ଓ ପିଚୁ ରାସ୍ତା ନିର୍ମାଣ କରିଥିଲା । କିନ୍ତୁ ଦୀର୍ଘ ବର୍ଷ ଧରି ସଂପୃକ୍ତ ବିଭାଗ ଏହି ରାସ୍ତାକୁ ମରାମତି କରୁ ନ ଥିବାରୁ ଜନସାଧାରଣ ବିଭିନ୍ନ ପ୍ରକାର ଦୁଃଖ ଦୁର୍ଦ୍ଦଶା ଭୁଗୁଛନ୍ତି, କାରଣ ଉକ୍ତ ରାସ୍ତାରେ ପ୍ରାୟ ୩ଟି ବ୍ଲକ ଅର୍ଥାତ ବସ୍ତା, ବାଲିଆପାଳ ଓ ଜଳେଶ୍ବର ବ୍ଲକର ୧୫ରୁ ୨୦ଟି ଗ୍ରାମ ପଞ୍ଚାୟତର ଲୋକ ଜଳେଶ୍ବର ଡେଲି ମାର୍କେଟରେ ପନିପରିବା ବିକ୍ରି ଖର୍ଦ୍ଦି କରିବା ସହିତ ରେଳ ଓ ବାସ ଦ୍ୱାରା ବିଭିନ୍ନ ରାଜ୍ୟକୁ ଯାଇଥାନ୍ତି । ମାତ୍ର ରାସ୍ତାଟି ସମ୍ପୂର୍ଣ୍ଣ ଖରାପ ହୋଇ ଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣାରେ ପଡ଼ୁଥିବା ଜଣାପଡିଛି । ଏହି ରାସ୍ତାକୁ ମରାମତି କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

ରିପୋର୍ଟ : ଭୂପତି କୁମାର ପରିଡା