ମନ୍ତ୍ରୀ ବିଭାଗକୁ କିପରି ଲୋକାଭିମୁଖୀ କରିବେ ତାହା ନ କରି ଶିକ୍ଷକଙ୍କ ଦରମା ବନ୍ଦ କରି ସମାଲୋଚିତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଶିକ୍ଷା ମନ୍ତ୍ରୀ ନିଜ ବିଭାଗକୁ କିପରି ଲୋକାଭିମୁଖୀ କରାଯାଇପାରିବ ଅନେକ ବିଦ୍ୟାଳୟରେ ଘର ନ ଥିବାରୁ ପିଲାମାନେ ପାଠ ପଢିପାରୁ ନାହାନ୍ତି ସେ ଗୁଡିକୁ କିପରି ଘର ଯୋଗାଇ ଦିଆଯାଇପାରିବ ସେ କାମ ଛାଡି ମନ୍ତ୍ରୀ ଶିକ୍ଷକ ମାନଙ୍କ ଦରମା ବନ୍ଦ କରି ବୁଦ୍ଧିଜୀବୀ ମହଲରେ ସମାଲୋଚିତ ହେଉଥିବା ଖବର ପହଞ୍ଚିଛି । ସଦ୍ୟ ଖବର ଅନୁଯାଇ କାର୍ଯ୍ୟରେ ଅବହେଳା କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଖବର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଠାରୁ ମିଳିଛି । କାର୍ଯ୍ୟରେ ଅବହେଳା କରିଥିବା ଅରିଲୋ ସ୍କୁଲର ଶ୍ରୀରାମ ପରୁଆଙ୍କ ଦରମା ବନ୍ଦ କରିଛନ୍ତି ସିଧାସଳଖ ମନ୍ତ୍ରୀ ଯାହାକି ଜଣେ ବିଇଓଙ୍କ ଦାୟିତ୍ୱ ମନ୍ତ୍ରୀ କରି ପାରିବା ପଣିଆ ଦେଖେଇଛନ୍ତି । ସେଇଠି ପାଇଁ ବୁଦ୍ଧିଜୀବୀ ମହଲରେ ସମାଲୋଚିତ ହୋଇଛନ୍ତି । ପ୍ରକାଶ ଯେ ନଗରୀ ସ୍କୁଲର ଶିକ୍ଷୟିତ୍ରୀ ଦୀପାଞ୍ଜଳି ସାମନ୍ତରାୟଙ୍କ ଦରମା ବନ୍ଦ କରିଛନ୍ତି ସମୀର ଦାସ । ଉଲ୍ଲେଖଯୋଗ୍ୟ ଯେ, ଗତ ୨୦ ତାରିଖ ଦିନ ରାଉରକେଲା ସ୍ଥିତ ପାନପୋଷ ମ୍ୟୁନିସିପାଲ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ ହୋଇଥିଲେ । ସେ କାର୍ଯ୍ୟରେ ଅବହେଳା କରିଥିବା ଯୋଗୁଁ ନିଲମ୍ବିତ ହୋଇଥିଲେ । ପ୍ରଧାନ ଶିକ୍ଷୟତ୍ରୀ ମାନସ ମୋହିନୀ ବଳଙ୍କୁ ନିଲମ୍ବନ କରିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ । ଦଶମ ଶ୍ରେଣୀ ଛାତ୍ରୀଙ୍କ ଫର୍ମ ପୂରଣରେ ଅବହେଳା କରିଥିବାରୁ ଏହିପରି ପଦକ୍ଷେପ ନିଆଯାଇଛି । ଅନ୍ୟପକ୍ଷେରେ ବୁଦ୍ଧିଜୀବୀ ମତ ଅନୁଯାଇ ମନ୍ତ୍ରୀ ମାନେ ବିଭାଗର ତଳ କର୍ମଚାରୀ ମାନଙ୍କ କର୍ତ୍ତବ୍ୟକୁ ତଦାରଖ କରୁଥିବା ବେଳେ ଉପର ଅଧିକାରୀ ମାନେ ଢୀଲାରେ ବୁଲୁଥିବା କେତେ ଦୂର ଯଥାର୍ଥ ତର୍ଜମା କରାଯିବ ଉଚିତ । ଜଣେ ଶିକ୍ଷକ କିଛି ନ ହେଲେ ବି ଦୈନିକ ୮ ଘଣ୍ଟା ବିଦ୍ୟାଳୟରେ ରହି ପିଲାଙ୍କର ଅଳିଅରଦଳି ଶୁଣି ଆସୁଛନ୍ତି । କିନ୍ତୁ ପ୍ରଶାସନିକ କର୍ମଚାରୀ ମାନେ ସଚିବାଳୟରେ କିମ୍ବା ଜିଲ୍ଲା ଶିକ୍ଷାଳୟ ମାନଙ୍କରେ ବସି ବସି ଦରମା ନେଉଛନ୍ତି । ଶିକ୍ଷକ ମାନଙ୍କର କୌଣସି ସାଧାରଣ କାମ ପାଇଁ ପଇସା ନ ଦେଲେ କିରାଣୀ ମାନେ ଫାଇଲରେ ହାତ ମାରୁନାହାନ୍ତି । ଏଣେ ଶିକ୍ଷା ବିଭାଗର ଏଡେବଡ ମନ୍ତ୍ରୀ ଟିଏ ହୋଇ ଯଦି ୮ ଘଣ୍ଟା କାମ କରୁଥିବା ଶିକ୍ଷକ ମାନଙ୍କ ଉପରେ ନଜର ରଖିବେ ତାହେଲେ ଶିକ୍ଷା ବିଭାଗର ଉନ୍ନତି ହେବ କିପରି ? କିଭଳି ଶିକ୍ଷକ ଓ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ଦୂରୀଭୂତ ହେବ, ବିଦ୍ୟାଳୟ ଗୁଡିକର କୋଠା ନିର୍ମାଣ ପାଇଁ ଅର୍ଥ କୁଆଡୁ ଆସିବ, ଆହୁରି ଶିକ୍ଷା ବିଭାଗକୁ କିପରି ଲୋକାଭିମୁଖୀ କରାଯିବ ସେନେଇ ମନ୍ତ୍ରୀ ଯଦି ବିଚାର କରନ୍ତେ ତାହେଲେ ଭଲ ହୋଇଥାନ୍ତା ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି । ଯଦି ଶିଖିବାର ଅଛି ଦିଲ୍ଲୀ ଯାଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରି ୱାଲଙ୍କ ଠାରୁ ପ୍ରଶାସନ ଓ ସୁଶାସନ ଶିଖିବାକୁ ମନ୍ତ୍ରୀଙ୍କୁ ବୁଦ୍ଧିଜୀବୀ ମାନେ ପରାମର୍ଶ ଦେଇଛନ୍ତି । ମାଛି ମାରି ହାତ ଗନ୍ଧେଇବା ଏକ ମନ୍ତ୍ରୀଙ୍କ ପକ୍ଷେ ଉପଯୁକ୍ତ ନୁହଁ ବୋଲି ସେମାନେ କହିଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର