ମଦ ବୋଝେଇ କାର୍ ସହ ବେପାରୀ ଗିରଫ

ପିପିଲି(ସମୃଦ୍ଧଓଡିଶା)ଗତ କାଲି ରାତିରେ ପିପିଲି ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଦ୍ରୁତ ଗତିରେ ଯାଉଥିବା ଏକ କାର୍ କୁ ପିଛା କରି ତାକୁ ପିପିଲି ଦରଡ଼ା ସିଡି ଠାରୁ ଧରିବାରେ ସକ୍ଷମ ହୋଇଥିଲା. କାର୍ କୁ ତନଖି କରିବାରୁ ତାହା ଭିତରୁ 36 ଟି କିଙ୍ଗ ଫିସର, 144 ଟି ହୁଁଶ୍କି, ଜବତ କରିବା ସହ ବ୍ୟବହୃତ ହେଉଥିବା କାର୍ OR 12 B 3333 କୁ ମଧ୍ୟ ଯବତ୍ କରିଛନ୍ତି. ଏଥି ସହିତ ମଦ ବେପାରୀ ସିଉଳା ମାଟିଆ ପଡା ଗ୍ରାମର ସୁବାସ ମଲିକ୍ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ ସୂଚନା ଦେଇଛି l

ରିପୋର୍ଟ : ରଜତ ମହାପାତ୍ର