ମଥୁରାରେ ଝାଡୁ ମାରିଲେ ବିଡ଼ିଓ…

ପୋଲସରା (ସମୃଦ୍ଧ ଓଡିଶା) ସମାଜର କଲ୍ୟାଣ ଓ ପ୍ରତ୍ୟେକଟି ଗାଁର ପାରିପାର୍ଶ୍ଵିକ ସ୍ୱଚ୍ଛତାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଗୁଡାଏ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆମ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମକୁ ମାନ୍ୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ ନିଜେ ହାତରେ ଝାଡୁ ଧରି ମଥୁରା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଝାଡୁ ମାରିଥିବା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏପରିକି ସ୍ୱଚ୍ଛତାକୁ ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ବିଡ଼ିଓଙ୍କ ଏପରି କାର୍ଯ୍ୟ ଦକ୍ଷତାକୁ ଦେଖି ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ନାୟକ, ସମିତି ସଭ୍ୟ ଅରୁଣ କୁମାର ସାହୁ, ପଞ୍ଚାୟତର ଯୁବ ଗୋଷ୍ଠୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନେ ମଧ୍ୟ ଏହି ସଚେତନତା ମୂଳକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆମ ସ୍ୱାଭିମାନ ସ୍ୱଚ୍ଛ ଗଂଜାମ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବଗୋଷ୍ଠୀ ମାନେ ଏକଜୁଟ ହୋଇ ହାତରେ ସଚେତନତା ମୂଳକ ବ୍ୟାନର ଧରି ମଥୁରା ପଞ୍ଚାୟତର ୧୫ଟି ସାହିକୁ ପରିଭ୍ରମଣ କରି ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଡ଼ିଓ ନିଜେ ପ୍ରତ୍ୟେକଟି ସାହି ଉପରେ ପଡ଼ି ରହିଥିବା ଅଳିଆ ଆବର୍ଜନାକୁ ନିଜ ଝାଡୁ ଦ୍ୱାରା ପରିସ୍କାର ପରିଚ୍ଛନ୍ନ କରିଥିଲେ । ବିଡ଼ିଓଙ୍କ ଏପରି ଉଦାର ମନଭାବକୁ ସମ୍ମାନ ଜଣାଇ ସରପଞ୍ଚ ସମେତ ଯୁବଗୋଷ୍ଠୀ ମାନେ ହାତରେ ଝାଡୁ, କୋଡି ଧରି ମଥୁରା ପଞ୍ଚାୟତର ସମସ୍ତ ରାସ୍ତାଘାଟ ସଫାସୁତୁରା କରି କରିଥିଲେ । ପଞ୍ଚାୟତରେ ସମସ୍ତ ଗ୍ରାମବାସୀଙ୍କୁ ଘରେ ପାଇଖାନା ବ୍ୟବହାର କରିବା ସହ କୌଣସି ସ୍ଥାନରେ ବାହ୍ୟ ମଳତ୍ୟାଗ ନକରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ବିଡ଼ିଓ ଶ୍ରୀ ନନ୍ଦୀ । ଆଗାମୀ ଦିନରେ ମଥୁରା ପଞ୍ଚାୟତରେ ସରପଞ୍ଚ ପ୍ରଦୀପ କୁମାର ନାୟକଙ୍କ ଦ୍ବାରା ବହୁ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ ହୋଇଛି । ହେଲେ ଏହି ଅବସରରେ ସ୍ୱଚ୍ଛତା ଓ ପରିମଳକୁ ନେଇ ମଥୁରା ପଞ୍ଚାୟତରେ ନିଜର ଆଦର୍ଶ ଓ ନିଜର ଶ୍ରେଷ୍ଠ ମାନବିକତା ପ୍ରତି ପାଦିତ କରି ବିଡିଓ ଶ୍ରୀ ନନ୍ଦୀ ଯେଉଁଭଳି ଭାବେ ଯୁବଗୋଷ୍ଠୀଙ୍କ ସହ ସାମିଲ ହୋଇ ମଥୁରା ଗ୍ରାମର ମୁଖ୍ୟ ସଡ଼କ ସମେତ ସମସ୍ତ ବିଭିନ୍ନ ସାହି ମାନଙ୍କରେ ଝାଡୁ ମାରିଲେ ତାହା ଏବେ ମଥୁରା ସମେତ ପୋଲସରା ବ୍ଲକରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବୁଦ୍ଧିଜୀବୀ ମହଲରେ ପ୍ରଶଂସନୀୟ ହୋଇଛନ୍ତି ।

ରିପୋର୍ଟ : ଡ଼ଃ.କୁମୁଦ ଚନ୍ଦ୍ର ବେହେରା