ମଞ୍ଜୁ ରଥ ଭାରତୀୟ ଜାତୀୟ କଂଗ୍ରେସର ବ୍ରହ୍ମପୁର ମହାନଗର ନିଗମ ମେୟର ପ୍ରାର୍ଥୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ନିଗମ ନିମନ୍ତେ ମେୟର ପ୍ରାର୍ଥୀ ଭାବେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ମଞ୍ଜୁ ରଥ ମନୋନୀତ ହୋଇଛନ୍ତି । ବରିଷ୍ଠ ସାମ୍ବାଦିକ ତଥା ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ଓଡ଼ିଶା ଶାଖା ସଭାପତି ରବି ରଥଙ୍କ ଧର୍ମପତ୍ନୀ ମଞ୍ଜୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ସମ୍ପୃକ୍ତ ରହିବା ସହ ବରିଷ୍ଠ ସମାଜସେବୀ ଭାବେ ପରିଚିତ । ବ୍ରହ୍ମପୁର ମହାନଗରର ମୌଳିକ ସମସ୍ୟା ସମାଧାନ କ୍ଷେତ୍ରରେ ନିଜର ଉଦ୍ୟମ ଜାରି ରଖିବା ସହ ମୁଖ୍ୟତଃ ସହରରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା, ବିପର୍ଯ୍ୟସ୍ତ ରାସ୍ତାଘାଟ ସଜାଡ଼ିବା ଓ ଲୋକଙ୍କୁ କିଭଳି ଉତ୍ତମ ଚିକିତ୍ସା ସୁବିଧା ମିଳିପାରିବ ବିଜୟୀ ହେଲେ ସେ ଦିଗରେ ଅଧିକ ଦୃଷ୍ଟି ଦେବେ ବୋଲି ମତବ୍ୟକ୍ତ କରିଛନ୍ତି । ଜାତୀୟ ଦଳ କଂଗ୍ରେସ ପ୍ରତି ଲୋକଙ୍କ ଭଲ ପାଇବା ରହିଛି ଓ ଆଗାମୀ ନିର୍ବାଚନରେ ମହାନଗରବାସୀ ମୋତେ ନିଶ୍ଚୟ ଜୟଯୁକ୍ତ କରାଇବେ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି । ଲୋକଙ୍କ ଆଶୀର୍ବାଦ ମିଳିଲେ ମୁଁ ନିଶ୍ଚୟ ବିଜୟ ଲାଭ କରିବି ବୋଲି ମେୟର ପ୍ରାର୍ଥୀ ଶ୍ରୀମତୀ ରଥ କହିଛନ୍ତି । ମଙ୍ଗଳବାର ଠାରୁ ମହାନଗରର ଭୋଟରମାନଙ୍କ ଘରକୁ ଘର ବୁଲି ଲୋକଙ୍କ ସମସ୍ୟା ପଚାରି ବୁଝିବି ଓ ବିଜୟୀ ପରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବି ବୋଲି କହିଥିଲେ । ମୋ ଉପରେ ଅତୁଟ ବିଶ୍ୱାସ ରଖି କଂଗ୍ରେସ ଦଳ ବ୍ରହ୍ମପୁର ମହାନଗର ନିଗମ ମେୟର ପ୍ରାର୍ଥୀ ଚୟନ କରିଥିବାରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଗଞ୍ଜାମ ଜିଲା କଂଗ୍ରେସ ସଭାପତି ରମେଶ ଜେନାଙ୍କୁ କୃତଜ୍ଞତା ଜଣାଉଛି । ସୋମବାର ଶ୍ରୀମତୀ ରଥ ନିଜ ପ୍ରାର୍ଥୀପତ୍ର ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଦାଖଲ କରିଛନ୍ତି ବୋଲି ବରିଷ୍ଠ ସାମ୍ବାଦିକ ତଥା ସଭାପତି ରବି ରଥ ଜଣାଇଛନ୍ତି ।