ଭୋଟ ଗଣତି କେନ୍ଦ୍ର ମଧ୍ୟକୁ ନିୟୋଜିତ ଗଣତି କର୍ମଚାରୀ/ଅଧିକାରୀ କିମ୍ବା ଏଜେଣ୍ଟ ମୋବାଇଲ ନେଇ ପ୍ରେବେଶ କରି ପାରିବେ ନାହିଁ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପଞ୍ଚଗୋଟି ପର୍ଯ୍ୟାୟରେ ଶାନ୍ତି ଓ ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନ ଦାଇତ୍ୱରେ ଥିବା ସମସ୍ତ ଅଧିକାରୀ, କର୍ମଚାରୀ, ପୋଲିସ ପ୍ରଶାସନ, ପୋଲିଙ୍ଗ ଷ୍ଟାଫ ଏବଂ ଗଞ୍ଜାମ ଟିମଙ୍କୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ ଅର୍ପଣ କରିଛନ୍ତି । ଶୁକ୍ରବାର ଅସ୍ଵାନହଲ ଠାରେ ଅନୁଷ୍ଠିତ ହେବାକୁ ଥିବା ଭୋଟ ଗଣତି ପ୍ରକ୍ରିୟା ଘେନି ସବିଶେଷ ଆଲୋଚନା କରିଥିଲେ । ଆଗାମୀ କାଲି ତା ୨୬ ଠାରୁ ୨୮ ରିଖ ଦିନ ଅନୁଷ୍ଠିତ ଗଣନା ଶାନ୍ତି ଶୃଙ୍ଖଳାର ସହିତ ସମସ୍ତଙ୍କ ସହଯୋଗ କ୍ରମେ ସମାପନ ହେବ ସେଥିପାଇଁ ସମସ୍ତ ଜିଲ୍ଲାବାସୀଙ୍କ ଠାରୁ ଆଶା ପ୍ରକାଶ କରିଥିଲେ । ଭୋଟ ଗଣତି ଆସନ୍ତାକାଲି ସକାଳ ୦୮ ଘଣ୍ଟା ଠାରୁ ସମସ୍ତ ବ୍ଲକରେ ଅନୁଷ୍ଠିତ ହେବ । ଭୋଟ ଗଣତି କକ୍ଷରେ ମୋବାଇଲ ପ୍ରେବେଶ ସମ୍ପୁର୍ଣ୍ଣ ବାରଣ । କାଉଣ୍ଟିଙ୍ଗ କାର୍ଯ୍ୟରେ ନିୟୋଜିତ କର୍ମଚାରୀ/ଅଧିକାରୀ କିମ୍ବା ଏଜେଣ୍ଟ କେହିବି ନିଜ ମୋବାଇଲ କାଉଣ୍ଟିଙ୍ଗ କକ୍ଷକୁ ନେବେ ନାହିଁ, ସମ୍ପୂର୍ଣ୍ଣ ବାରଣ ହୋଇଛି । ବିନା ପରିଚିତ ପତ୍ରରେ ପ୍ରେବେଶ ହେବେ ନାହିଁ । କେବଳ ସରକାରୀ ଭାବେ ନିୟୋଜିତ ହୋଇଥିବା ଭିଡିଓ ଦ୍ଵାର ସମସ୍ତ ଗଣନା କାର୍ଯ୍ୟ ରେକର୍ଡିଂଗ କରାଯିବ । ବେଲଟ ପେପର ଗୁଡିକ ଯେପରି ସୁରକ୍ଷିତ ରହିବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ରଖାଯିବ । ପାନୀୟ ଜଳ ଠାରୁ ଆରମ୍ଭ କରି କୌଣସି ଖାଦ୍ୟ ସାମଗ୍ରୀ ଭୋଟ ଗଣନା କକ୍ଷକୁ ଯିବନାହିଁ ସେଠିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । କାଉଣ୍ଟିଙ୍ଗ ସେଣ୍ଟରର ୧୦୦ ମିଟର ପରିଧି ମଧ୍ୟରେ କେହି ରହିବେ ନାହିଁ, ସେହି ଅଞ୍ଚଳ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ।