ଭେଲୋରା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ଵର ଜିଲ୍ଲା ଵସ୍ତା ବ୍ଲକ ଅନ୍ତର୍ଗତ କୁଳିଦା ପଞ୍ଚାୟତର ଧୂଳିଉଡା ଠାରେ ନାଵାର୍ଡ୍ ଓ ବ୍ୟାଙ୍କର ମିଳିତ ସହଯୋଗ ତଥା ବ୍ୟାଙ୍କର ରିଜିଓନାଲ୍ ମ୍ୟାନେଜର  ଅତୁଲ କୁମାର ମହାନ୍ତି ଓ ଏଫ୍ଆଇ ଵିଭାଗର ନୋଡାଲ୍ ଅଫିସର୍ ଦେବୀ ପ୍ରସାଦ ବିଶ୍ଵାଳଙ୍କ ତତ୍ବାଵଧାନରେ ଭେଲୋରା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ଏକ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିଵିରରେ ଭେଲୋରା ଶାଖାର ଶାଖା ପ୍ରଵନ୍ଧକ ଯୋଗେଶ୍ଵର ମହାପାତ୍ର ସଭାପତିତ୍ୱ କରିଵା ସହ ଗ୍ରାହକଙ୍କୁ ବ୍ୟାଙ୍କର ଵିଭିନ୍ନ ସ୍କିମ୍, ନୂତନ ଋଣ, ସୁବିଧା ସୁଯୋଗ, ଏଟିମ୍ କାରଵାର, ବ୍ୟାଙ୍କର ଖିଲାପି ଋଣ ଓଟିଏସ୍ ମାଧ୍ୟମରେ ପରିଶୋଧ କରିଵା ଓ ଗହଣା ଋଣ ସମ୍ବନ୍ଧରେ‌ ଗ୍ରାହକମାନଙ୍କୁ ଅବଗତ କରିଥିଲେ,ଏହା ପରେ ଆୟୋଜକ ତଥା ଵ୍ୟାଙ୍କର କୁଳିଦା ପଞ୍ଚାୟତ ପାଇଁ ନିଯୁକ୍ତ ବ୍ୟବସାୟିକ ସହଯୋଗୀ ଜନ୍ମେଜୟ ପରିଡା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଜୀଵନ ଜ୍ୟୋତି ବୀମା, ସୁରକ୍ଷା ବୀମା ଓ ଅଟଳ ପେନସନ ଭଳି ସାମାଜିକ ସୁରକ୍ଷାରେ ଗ୍ରାହକଙ୍କୁ ଯୋଡି ହେଵା ପାଇଁ ଅନୁରୋଧ କରିଥିଲେ ଓ ସାଇଵର ଠକାମିରୁ ଦୂରେଇ ରହିଵାକୁ ସଚେତନ କରିଥିଲେ ଓ ଡିଜିଟାଲ ପେମେଣ୍ଟ ବାବଦରେ ଅବଗତ କରିଥିଲେ, ତା ଛଡା ସମ୍ମାନିତ ଅତିଥି ଭାଵେ ପଞ୍ଚାୟତ ଜିପିଏଲଏଫ୍ ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ, ସମ୍ପାଦିକା ମିରାରାଣୀ ସାହୁ, ଏମ୍ଵିକେ ପୁଷ୍ପଲତା ନାୟକ, ୱାର୍ଡ ମେମ୍ବର ମାଧବ ଜେନା ପ୍ରମୁଖ ଯୋଗ ଦେଇଥିଲେ, ମନ୍ମଥ ନାୟକ, କାହ୍ନୁଚରଣ ଚୌଧୁରୀ, ଗିରିଜା ଶଙ୍କର ସେନାପତି, ଗୌରାଙ୍ଗ ଦେ, ବଳରାମ ଦାସ, ଜଳଧର ଦାସ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ, ଏହି ଵୈଠକରେ ଶତାଧିକ ଏସ୍ଏଚଜି ମହିଳା, ଋଣୀ ଓ ଅନ୍ୟ ଗ୍ରାହକ ମାନେ ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି ପରିଡା