ଭାରତ ବିକାଶ ପରିଷଦର ସାଧାରଣତନ୍ତ୍ର ଦିବସ ପାଳନ ଓ ପ୍ରଫେସର ସଦାଶିବ ପଣ୍ଡାଙ୍କୁ ଆଜୀବନ ସେବା ସାଧନା ପାଇଁ ସମ୍ମାନୀତ

ବ୍ରହ୍ମପୁର(ସମୃଦ୍ଧଓଡିଶା)ଆଜି ଭାରତ ବିକାଶ ପରିଷଦ ବ୍ରହ୍ମପୁର ଶାଖା ତରଫରୁ ଜାନୁଆରୀ 26 ଗଣତନ୍ତ୍ର ଦିବସ ଶାଖା କାର୍ଯ୍ୟାଳୟ ରେ ପାଳିତ ହୋଇଯାଇଛି l ଉପଦେଷ୍ଟା ଇଂ. କାଶୀ ବିଶ୍ଵନାଥ ଚୌଧୁରୀ ଓ ସଭାପତି ଇଂ ସୀମାଞ୍ଚଳ ଦାଶ ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା l ପରିଷଦ ସଦସ୍ୟ ଓ ପଦାଧିକାରୀ ଙ୍କ ସମେତ ସ୍ଥାନୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ l ଭାରତ ମାତାଙ୍କ ଜୟ ଗାନ, ବଂଦେମାତରଂ ଜୟ ଘୋଷ ରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା l ଏହି ପବିତ୍ର ଅବସରରେ ବ୍ରହ୍ମପୁର ଶାଖାର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ସଭାପତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ ପ୍ରଫେସର ସଦାଶିବ ପଣ୍ଡା ଙ୍କୁ ତାଙ୍କର ଜୀବନସାରା ସମାଜ ସେବା କ୍ଷେତ୍ରରେ ସାଧନା କାରଣରୁ ପରିଷଦ ପୂର୍ବ କ୍ଷେତ୍ର ତରଫରୁ ପୁରୀ ରେ ଅୟୋଜିତ କ୍ଷେତ୍ରୀୟ ସମ୍ମିଳନୀ ରେ ମାନପତ୍ର ଦ୍ଵାରା ସମ୍ମାନିତ କରାଯାଇଥିଲା , ତାହା ସମ୍ପାଦକ ଗ୍ରହଣ କରିଥିଲେ, ତାହା ଆଜି ତାଙ୍କ ବାସଗୃହରେ ପ୍ରଦାନ କରାଯାଇଥିଲା l ଉପଦେଷ୍ଟା ଇଂ କାଶୀ ବିଶ୍ଵନାଥ ଚୌଧୁରୀ ମାନପତ୍ର ପାଠ କରିଥିଲେ ଏବଂ ମାନପତ୍ର ପ୍ରଦାନ କରିଥିଲେ l ରମେଶ ଚନ୍ଦ୍ର ପଣ୍ଡା ଉତ୍ତରୀୟ ପ୍ରଦାନ କରିବା ସହ ସମ୍ମାନୀତ କରିଥିଲେ l ପ୍ରଫେସର ପଣ୍ଡା ପରିଷଦ କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଏହି ଅବସରରେ ପରିଷଦ ର ବରିଷ୍ଠ ସଦସ୍ୟ ତଥା ମହାନ ସଂଘ ସଭାପତି ଶ୍ରୀ ସୁଶାନ୍ତ ସାବତଙ୍କ ସମେତ ଶ୍ରୀ ପ୍ରଫୁଲ୍ଲ ପଣ୍ଡା,ନିରଞ୍ଜନ ପାଢୀ, ସମୀର ସାବତ , ସମ୍ପାଦକ ପ୍ରସନ୍ନ ଛୋଟରାୟ ମାନପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ବୋଲି କାର୍ଯ୍ୟାଳୟ ସମ୍ପାଦକ ଅଶୋକ ବ୍ରହ୍ମା ଜଣାଇଛନ୍ତି l

ରିପୋର୍ଟ : ସୁଶାନ୍ତ ସାବତ