ଭାରତ ବନ୍ଦର ପ୍ରଭାବ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅନୁଭୂତ ହୋଇଛି ତୈଳଦର ବୃଦ୍ଧି ନେଇ ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଆସନ୍ତାକାଲି ଯାଏ ବିଧାନସଭା ମୁଲତବୀ

ଭୁବନେଶ୍ୱର : ଆଜି ଭାରତ ବନ୍ଦ। ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ  ପିକେଟିଂ କରି ଟାୟାର ଜାଳି ରାସ୍ତାରୋକ କରିଛନ୍ତି। କଟକ ବାଦାମବାଡ଼ିରେ କଂଗ୍ରେସ କର୍ମୀ ରାସ୍ତାରୋକ କରିଛନ୍ତି। ସେହିଭଳି ସମ୍ବଲପୁର, ବଲାଙ୍ଗିର, ଭଦ୍ରକ, କଳାହାଣ୍ଡି, ଅନୁଗୋଳ, ନାଲୋକ ନଗର ଓ ସୋରରେ ମଧ୍ୟ କଂଗ୍ରେସ କର୍ମୀ ରାସ୍ତାରୋକ କରିଛନ୍ତି। ଭାରତ ବନ୍ଦର ପ୍ରଭାବ ରାଜଧାନୀ  ଭୁବନେଶ୍ୱରରେ ମଧ୍ୟ ଅନୁଭୂତ ହୋଇଛି। ବାଣୀବିହାର ଛକରେ କଂଗ୍ରେସ କର୍ମୀଙ୍କ ପିକେଟିଂ କରିଛନ୍ତି। ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ବସ୍ ଯାତାୟାତ ସଂପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଜରୁରୀ କାମରେ ଆସିଥିବା ଅନେକ ଯାତ୍ରୀ ଫସି ରହିଛନ୍ତି। ସମ୍ବଲପୁର ଷ୍ଟେସନ୍‌ରେ କଂଗ୍ରେସ କର୍ମୀ ରେଳ ରୋକ କରିଛନ୍ତି। ଫଳରେ ଷ୍ଟେସନ୍‌ରେ ସମ୍ବଲପୁର-ପୁରୀ, ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟି ଏକ୍ସପ୍ରେସ୍‌ ଅଟକିଛି।  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି,“ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ରହିଛି। ଓଡ଼ିଶାବାସୀ ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ତୈଳ ଦର ବୃଦ୍ଧି ସେମାନଙ୍କୁ ବାଧିଛି।” ବନ୍ଦ ପାଳନରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି।  ଔଷଧ ଦୋକାନ, ଆମ୍ବୁଲାନ୍ସ, ପରୀକ୍ଷାର୍ଥୀ ଓ କ୍ଷୀର ଗାଡ଼ି ପ୍ରଭାବିତ ହେବେ ନାହିଁ ବୋଲି କଂଗ୍ରେସ କହିଛି । ଆଜି କଂଗ୍ରେସ ବିଧାୟକମାନେ ବିଧାନସଭା ଯିବେନି। ଅପରାହ୍ନ ୩ଟା ଯାଏ ବିଧାନସଭା ମୁଲତବି ରଖିବାକୁ କଂଗ୍ରେସ  ସରକାରଙ୍କୁ ଆହ୍ୱାନ ଦେଇଛି । ତେଲ ଦର ବୃଦ୍ଧି ଯଦି ସରକାରଙ୍କୁ ବାଧୁଛି, ତେବେ ଏହାକୁ ଜିଏସଟି ପରିସରକୁ ଆଣିବାକୁ କଂଗ୍ରେସ ଆହ୍ୱାନ ଦେଇଛି। ତୈଳଦର ବୃଦ୍ଧିି ପ୍ରତିବାଦରେ ଆଜି କଂଗ୍ରେସ ସମେତ ୧୭ଟି ରାଜନୈତିକ ଦଳ ପକ୍ଷରୁ ଭାରତ ବନ୍ଦ ଆହ୍ଵାନ ଦିଆଯାଇଛି। ଏ ପରିପ୍ରେକ୍ଷୀରେ ଆଜି ଓଡ଼ିଶା ବିଧାନସଭାରେ ତେଲ ତାତି ଦେଖିବାକୁ ମିଳିଛି। ବିଧାନସଭା ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ତୈଳଦର ବୃଦ୍ଧିି ପ୍ରତିବାଦରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। କଂଗ୍ରେସ ସଦସ୍ୟଙ୍କ ହୋ ହଲ୍ଲା ଯୋଗୁଁ ବିଧାନସଭା କାର୍ଯ୍ୟ ପରିଚାଳନା ସମ୍ଭବ ନ ହେବାରୁ ବାଚସ୍ପତି ବିଧାନସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ପ୍ରକଶା ଥାଉକି, ବନ୍ଦ ପରିପ୍ରେକ୍ଷୀରେ ବିଧାନସଭା କାର୍ଯ୍ୟକୁ ବନ୍ଦ ରଖିବାକୁ କଂଗ୍ରେସ ଦଳ ପକ୍ଷରୁ ଅନୁରୋଧ କରାଯାଇଥିଲା। ମାତ୍ର ବାଚସ୍ପତିି ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିଲେ। ତେବେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଧାନସଭା ଆଗରେ କଂଗ୍ରେସ ନେତା ଓ କର୍ମୀମାନେ ଧାରଣା ଦେଉଥବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଧାନସଭାକୁ ବାଚସ୍ପତି , ମନ୍ତ୍ରୀ ଓ ବିଧାୟକମାନେ ଆସିଥିଲେ। ମାତ୍ର ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବିଧାନସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।