ଭାରତ ପକ୍ଷରୁ ପ୍ରାର୍ଥୀ ଭାବେ ମନୋନୀତ ହେଲେ ଏବଂ ବିନା ସୁରକ୍ଷା ବ୍ୟବସ୍ଥାରେ ମା’ ରାମାୟାଣାମ୍ମା ଠାକୁରଣୀଙ୍କ ନିକଟରେ ପୂଜାର୍ଚ୍ଚନା କଲେ ଅପରାଜିତା… 

ଛତ୍ରପୁର (ସମୃଦ୍ଧ ଓଡିଶା) ଆନ୍ତଃ ସଂସଦ ସଂଗଠନ (ଆଇପିୟୁ)ର ନିର୍ବାହୀ କମିଟିରେ ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭାରତ ପକ୍ଷରୁ ପ୍ରାର୍ଥୀ ଭାବେ ମନୋନୀତ କରାଯାଇ ଥିବା ଜଣାଡିଛି । ଏହି କମିଟିରେ ମୋଟ ୧୭୮ଟି ପାର୍ଲାମେଣ୍ଟ ଅନ୍ତର୍ଭୁକ୍ତ ଥିବାବେଳେ ବିଭିନ୍ନ ରାଷ୍ଟ୍ରର ୧୫୭ ଜଣ ସଦସ୍ୟକୁ ନେଇ ଏକ୍‌ଜ୍ୟୁକେଟିଭ୍‌ କମିଟି ଗଠିତ ହୋଇଥିବା କୁହାଯାଏ । ଆମ ଦେଶ ୧୯୪୯ ମସିହାରୁ ଏହାର ସଦସ୍ୟ ଭାବେ ରହିଆସିଅଛି । ଆଗାମୀ ଅକ୍ଟୋବର ୨୦୨୨ରେ ହେବାକୁ ଥିବା ଏହି ନିର୍ବାଚନରେ ୧୫ଟି ସିଟ ମଧ୍ୟରୁ କେବଳ ଗୋଟିଏ ସିଟ ପାଇଁ ହେବ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋଦୟାଙ୍କୁ ସମର୍ଥନ କରିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ (ମିନିଷ୍ଟ୍ରି ଅଫ୍‌ ଏକ୍‌ଷ୍ଟ୍ରନାଲ ଅଫେୟାରସ୍‌) ସମସ୍ତ ରାଷ୍ଟ୍ର ସହ କଥା ହେଉଛନ୍ତି । ଏହା ଅତ୍ୟନ୍ତ ସମ୍ମାନଜନକ ଏବଂ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ ଦାୟିତ୍ୱ ଅଟେ । ଏହି ଅବସରରେ ସାଂସଦ ମହୋଦୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ପିକର ଓମ୍‌ ବିର୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହାସହ ସେ ଛତ୍ରପୁର ସର୍କିଟହାଉସ ଠାରୁ ଠାକୁରାଣୀଯାତ୍ରାସ୍ଥଳ ପର୍ଯ୍ୟନ୍ତ ବିନା ସୁରକ୍ଷାବ୍ୟବସ୍ଥାରେ ପହଞ୍ଚିଛନ୍ତି । ଏହା ସମସ୍ତଙ୍କୁ ବିସ୍ମିତ କରିଛି । ଅପରାଜିତା ମ୍ୟାଡ଼ମଙ୍କ ଚାକିରୀ କର୍ମକ୍ଷେତ୍ରର ପ୍ରଥମ ଲୀଳାଭୂମି ଛତ୍ରପୁର ଅଟେ । ତେଣୁ ତାଙ୍କ ପ୍ରତି ଲୋକଙ୍କର ଗଭୀର ଶ୍ରଦ୍ଧା, ମମତା ରହିଥିବା ଏଠାରେ ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ’ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ୧୯୯୪ ବ୍ୟାଚର ଆଇଏଏସ ଅଫିସର ପାହ୍ୟାରେ ଅବତୀର୍ଣ୍ଣ ହୋଇ ପ୍ରବେଶେନାରୀରେ ତାଲିମପ୍ରାପ୍ତ ପରେ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ପଦବୀରେ ଆସନ ଅଳଙ୍କୃତ କରିଥିଲେ । ପରେ ସେ ଖୋର୍ଦ୍ଧା ଜିଲ୍ଲାପାଳକୁ ପଦୋନ୍ନତି ହୋଇ ଏଠାରୁ ଗଲେ । ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀ ଶାସନ ଦାୟିତ୍ୱରେ ଥିବାବେଳେ ସେ ଜଣେ ନୀତିନିଷ୍ଠାପରତା, ଦକ୍ଷ-ପ୍ରଶାସନିକ ଅଧିକାରୀଣୀ ଭାବେ ଗଞ୍ଜାମଜିଲ୍ଲାରେ ବେଶ ସୁନାମ ଅର୍ଜନ କରିଥିଲେ । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସଦରଦପ୍ତରରେ ତାହାଙ୍କ ଦକ୍ଷତା ବିଷୟରେ ସମସ୍ତେ ଅବଗତ ଥିଲେ । କୌଣସି ପ୍ରଚାର ପ୍ରସାର ନ ଥାଇ ବି  ସ୍ୱାଗତ ସମ୍ବର୍ଦ୍ଧନା ସହ ଶୁକ୍ରବାର ତାଙ୍କୁ ଦେଖିବା ପାଇଁ ପ୍ରବଳଜନ ସମାଗମ ହୋଇଥିଲା । କିନ୍ତୁ ଠାକୁରାଣୀ ଯାତ୍ରା ମଣ୍ଡପ ସ୍ଥଳରେ ତାଙ୍କ ଉପସ୍ଥାନ ବେଳେ କୌଣସି ବି ପୋଲିସର ସୁରକ୍ଷା ବ୍ୟବସ୍ଥା ନ ଥିବା ବିଷୟରେ ବିଭିନ୍ନ ମହଲରେ ଭିନ୍ନ ପ୍ରକାର ମତ ପ୍ରକାଶ ପାଇଛି । ଛତ୍ରପୁର ଠାକୁରାଣୀ ଯାତ୍ରାରେ ମା’ରମାୟାଣାମାଙ୍କ ଦର୍ଶନ କରିବା ଉଦ୍ଦେଶ୍ୟରେ ଆସିଥିବା ଅପରାଜିତାଙ୍କୁ ଦେଖିବା ପାଇଁ ବହୁ ଲୋକ ଅପେକ୍ଷାରେ ଥିଲେ । ଛତ୍ରପୁର ଜନସାଧାରଣଙ୍କ ପକ୍ଷରୁ ଅପରାଜିତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ମିଳିଛି । ଠାକୁରାଣୀଙ୍କ ଅସ୍ଥାୟୀ ଆଡ଼ପ ମଣ୍ଡପରେ ଦେବୀଙ୍କ ଆରତୀ ବନ୍ଦାପନା ଦେଖି ସେ ବହୁତ ଖୁସି ଓ ବିଭୂକୃପା ଲାଭ କରି ଛତ୍ରପୁରବାସିଙ୍କ ମଙ୍ଗଳ ପାଇଁ ମାଙ୍କୁ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା