ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଗ୍ରହକ କେନ୍ଦ୍ର ଉଦ୍‌ଘାଟିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବ୍ୟାଙ୍କ ମାନଙ୍କରେ ଅଧିକ ଭିଡ ଲାଗି ରହିବା କାରଣରୁ ଏବେ ବିଭିନ୍ନ ସ୍ଥାନରେ ଗ୍ରାହକ ସେବା କେନ୍ଦ୍ରମାନ ପ୍ରତିଷ୍ଠା କରାଯାଉଛି । କରୋନା ସଂକ୍ରମଣର ଭୟ ଓ ସୀମିତ କର୍ମଚାରୀରେ ଗ୍ରହକ ମାନଙ୍କୁ ସେବା ଯୋଗାଇବା ସମ୍ଭବ ହେଉନଥିବାରୁ ଜଳେଶ୍ୱର ବଡବଜାର ଠାରେ ଏକ ଗ୍ରାହକ ସେବାକେନ୍ଦ୍ରକୁ ବାଲେଶ୍ୱର ଜିଲା ଆର୍ଥିକ ସଂଯୋଗିକରଣ ବିଭାଗ ପରିଚାଳକ ପ୍ରଶାନ୍ତ କୁମାର ହୋତା, ଜଳେଶ୍ୱର ଷ୍ଟେଟ ବ୍ୟାଙ୍କର ମ୍ୟାନେଜର ବାଦଲ କୁମାର ମାରାଣ୍ଡି, ଗୋପାଳ ପଣ୍ଡା, ସୁକୁମାର ପଲେଇ ମିଳିତ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରର ପରିଚାଳକ ହେମା ଗୁପ୍ତା, ସନ୍ତୋଷ ଗୁପ୍ତା, ପୂର୍ବତନ କାଉନ୍‌ସିଲର ଅର୍ଚ୍ଚନା ଗିରି, ଶ୍ରୀକାନ୍ତ ଗୁପ୍ତା, ବଂଶୀଧର ଘୋଷ, ରମାନାଥ ଅଣ୍ଡିଆ, ରମାକାନ୍ତ ଗୁପ୍ତା, ଭଗିରଥ ରାଉଳ, ବସୁମତି ମହାନ୍ତି, ସସ୍ମିତା ଗିରି, ଲପ୍ସିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।