ଭାରତୀୟ ବିକାଶ ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତୀୟ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଇଆର ଆଇଏଲ (ଭାରତୀୟ ବିରଳ ମୃତ୍ତିକା) କମ୍ପାନୀର ଦୁର୍ନୀତି, ସିଏସଆର ପାଣ୍ଠି ଟଙ୍କା ଆତ୍ମସାତ, ଲାଞ୍ଚନେଇ ଅନ୍ୟ ଜିଲ୍ଲାର ଯୁବକ/ଯୁବତୀ ମାନଙ୍କୁ ନିଯୁକ୍ତି ଦେବା, ନିଜ ଅଂଚଳର ଯୁବକ/ଯୁବତୀ ମାନଙ୍କୁ ନିଯୁକ୍ତି ନ ଦେବା, ଜମି ଖନନ ପରେ ଲୋକମାନଙ୍କ ଟଙ୍କା ଆତ୍ମସାତ, ଅନ୍ୟ ଜିଲ୍ଲା ଓ ରାଜ୍ୟର ଠିକାଦାର ନିଯୁକ୍ତି ପ୍ରମୁଖ ଦୁର୍ନୀତିର ପ୍ରତିବାଦ ଓ ପ୍ରତିକାର ପାଇଁ ଆଇଆରଆଇଏଲ କମ୍ପାନୀର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରାଯାଇଛି । ବର୍ତ୍ତମାନ ୯୨ଗୋଟି ବିଭିନ୍ନ ବର୍ଗର ସ୍ଥାୟୀ ନିଯୁକ୍ତି ପାଇଁ ଦରଖାସ୍ତ ଆହାନ କରାଯାଇଛି, ତାହା ତୁରନ୍ତ ରଦ୍ଦ କରାଯିବା ସହିତ ଅଞ୍ଚଳର ସମାନ ଶିକ୍ଷାଗତ ଯୋଗ୍ୟତା ଥିବା ବେକାରୀ ଯୁବକ/ଯୁବତୀଙ୍କ ନିଯୁକ୍ତି ପ୍ରଦାନ କରିବା, ଆଉଟ ସୋରସିଙ୍ଗ ଦ୍ୱାରା ନିଯୁକ୍ତିର ଶତକାଡ ୮୦ ପ୍ରତିଶତ ନିଯୁକ୍ତି କେବଳ ଅଞ୍ଚଳବାସୀ ଓ ଗଂଜାମ ଜିଲ୍ଲାର ବେକାରୀ ଯୁବକ ମାନଙ୍କୁ ନିଯୁକ୍ତି ଦେବା, ବାଲି ଖନନ କରିଥିବା ଆର୍ଯ୍ୟପଲ୍ଲୀ, କଣମଣା ଗ୍ରାମ ପଞ୍ଚାୟତର ସମସ୍ତ ପରିବାରର ବକେୟା ଟଙ୍କା ଥଇଥାନ ନୀୟମ ୨୦୦୬ ପ୍ରକାରେ ତୁରନ୍ତ ତୁରନ୍ତ ପ୍ରଦାନ କରିବା ସହିତ ସମସ୍ତ ପ୍ଲଟ୍ ରେ ବିଭିନ୍ନ ବୃକ୍ଷରୋପଣ କରି ଜମି ହସ୍ତାନ୍ତରିତ କରିବା, ସିଏସଆର ପାଣ୍ଠି ଦ୍ୱାରା ଅଂଚଳବାସୀଙ୍କ ପାଇଁ ହସ୍ପିଟାଲ ନିର୍ମାଣ ଓ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା, ଆଇଆରଆଇଏଲ ହତା ମଧ୍ୟରେ ପରିଚାଳିତ ମୋନାଜାଇଟ ପ୍ଲାଟ୍ କୁ ବନ୍ଦ କରିବା ଦାବୀ କାରଣ ସେଥିରୁ ନିର୍ଗତ ବିଶାକ୍ତ ବାଷ୍ପ ଦ୍ୱାରା ଅଞ୍ଚଳବାସୀ କିଡନୀ ରୋଗରେ ଆକ୍ରାନ୍ତ ହେବା ସହିତ ଜଳ ଓ ପବନ ବିଶାକ୍ତ ହେଉଛି । ଅନ୍ୟ ରାଜ୍ୟ ଓ ଜିଲ୍ଲାର ଠିକାଦାରଙ୍କୁ ତୁରନ୍ତ ବହିଷ୍କାର କରି ଗଞ୍ଜାମ ଜିଲ୍ଲାର ଠିକାଦରାମାନଙ୍କୁ ନିଯୁକ୍ତି ଦେବା, ମାଟିଖାଲ ଓ ଅନ୍ୟାନ୍ୟ ଗ୍ରାମର ଲୋକମାନଙ୍କ ବିରୁଦ୍ଧରେ ରୁଜୁ କରିଥିବା ମିଥ୍ୟା କେସ ଗୁଡିକ ତୁରନ୍ତ ପ୍ରତ୍ୟାହାର କରିବା ସମେତ ବିଭିନ୍ନ ଦାବୀ ଗୁଡିକ ସମ୍ବନ୍ଧରେ ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଦାବି ଗୁଡିକ ଆଗାମୀ ୧୫ ଦିନ ମଧ୍ୟରେ ପୂରଣ ନ କରାଗଲେ କଣମଣା, ଆର୍ଯ୍ୟପଲ୍ଲୀ, କାଳିପଲ୍ଲୀ ଓ ଅଗସ୍ତି ନୂଆଗାଁ ଆଦି ପଞ୍ଚାୟତର ବହୁ ଜନସାଧାରଣ ମାନେ ରାଜରାସ୍ତାକୁ ଓହ୍ଲାଇବା ସହିର ଆଇନର ଆଶ୍ରୟ ନେବେ ବୋଲି ଦୃଢ ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଭାରତୀୟ ବିକାଶ ପରିଷଦର ଗୁରୁଦେବ ବେହେରା, ଗୁରୁଚରଣ ପାତ୍ର, ରାଜେନ୍ଦ୍ର ଦଳ ବେହେରାଙ୍କ ସମେତ ବହୁ ଅଞ୍ଚଳବାସୀମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା