ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ ଓ ଔଷଧୀୟ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କାର୍ଗିଲ ବିଜୟ ଦିବସ ଅବସରରେ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୩ ନମ୍ବର ୱାର୍ଡ ସ୍ଥିତ ଧୂବାବନ୍ଧ ହୁଡ଼ା ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଚକଲେଟ ବଣ୍ଟନ କରାଯିବା ସହ ଔଷଧୀୟ ବୃକ୍ଷ ଚାରା ରୋପଣ କରାଯାଇଛି l ଏହି କାର୍ଯ୍ୟକ୍ରମ ଭାରତୀୟ ଜନତା ଯୁବମୋର୍ଚ୍ଚା ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ଯୁବ ନେତା ମଧୁ ସୁଦନ ସାହୁଙ୍କ ନେତୃତ୍ୱରେ ପିଲାଙ୍କୁ ଚକଲେଟ ବିସ୍କୁଟ ବଣ୍ଟନ ସହ ମହିଳାମାନଙ୍କୁ ଔଷଧୀୟ ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା l ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଡ଼. ମଧୁ ସୁଦନ ସାହୁ, ସମାଜ ସେବି, ବାସୁଦେବ ସାହୁକାର, ଅଶୋକ ନିମାଇଁ, ଡ଼. ରାମହରି ଖଣ୍ଡୁଆଳ, ଉମା ଶଙ୍କର ପାଣି, ଗୋଜେନ୍ଦ୍ର ଚୌଧୁରୀ, ଟି. ବିଜୟ ରାଓ, ରବୀନ୍ଦ୍ର ସାବତ, ଦେବୀ ପ୍ରସାଦ ପାଢ଼ୀ, ତ୍ରିନାଥ ନାୟକଙ୍କ ସହ ବହୁ ବିଜେପି କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା