ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୯୫ତମ ପ୍ରତିଷ୍ଠା ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୯୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ପାର୍କ ସାହି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ପ୍ରଶାନ୍ତ ପାଟ୍ଟଯୋଶୀ ଯୋଗଦେଇ ପାର୍ଟିର ଲାଲ୍ ପତାକାକୁ ଉତୋଳନ କରିଥିଲେ । ବ୍ରହ୍ମପୁର ଆଂଚଳିକ କମିଟି ସଂପାଦକ ସୁଧାଂଶୁ ଶେଖର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପାର୍ଟିର ଜିଲ୍ଲା ସଂପାଦକ ପ୍ରକାଶ ପାତ୍ର ଯୋଗ ଦେି ସଂଗ୍ରାମ ତ୍ୟାଗ ଓ ବଳିଦାନର ଇତିହାସ ବର୍ଣ୍ଣନା କରିଥିଲେ । କମ୍ୟୁନିଷ୍ଟ ମାନେ ହିଁ ପୂର୍ଣ୍ଣ ସ୍ୱାଧୀନତାର ଦାବି କଂଗ୍ରେସର ଅହମ୍ମଦାବାଦ ଓ ଗୟା ଅଧିବେଶନରେ ଉଠାଇଥିଲେ । ଦେଶର ସ୍ୱାଧୀନତା ଆନ୍ଦୋଳନକୁ ବଳିଷ୍ଠ କରିବା ପାଇଁ ଚାଷୀ, ଶ୍ରମିକ, ଛାତ୍ର, ପ୍ରଗତିଶୀଳ ଲେଖ ଓ କଳାକାରମାନଙ୍କୁ ସାମିଲ୍ କରିବା ପାଇଁ ଏ.ଆଇ.ଟି.ୟୁ.ସି ଅଖିଳ ଭାରତ କୃଷକ ସଭା, ଅଖିଳ ଭାରତ ଛାତ୍ର ସଂଘ, ପ୍ରଗତିଶୀଳ ଲେଖକ ସଂଘ, ଭାରତୀୟଗଣ ନାଟ୍ୟ ସଂଘ ଗଠନ କରିଥିଲେ । ସ୍ୱାଧୀନତାର ପରବର୍ତି ସମୟରେ ଗଡ଼ଜାତ ରାଜ୍ୟମାନଙ୍କୁ ଦେଶରେ ମିଶ୍ରଣ ପାଇଁ ଅନ୍ଦୋଳନ, ଜମିଦାର ବିରୋଧୀ ଆନ୍ଦୋଳନମାନ ସଂଗଠିତ କରିଥିଲେ । ଆଜି ମଧ୍ୟ ଦେଶର ଚାଷ, ମୁଲିଆ, ଶ୍ରମିକ, ଯୁବ ଛାତ୍ରୀ ସମସ୍ୟା ଉପରେ ଭାରତୀୟ କମ୍ୟୁନିଷ୍ଟ ଆନ୍ଦୋଳନ ଜାରି ରଖିଛି । ଦେଶରେ ମୋଦି ଓ ରାଜ୍ୟରେ ନବୀନ ପଟ୍ଟନାୟକ ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ସଂଗ୍ରାମ ଜାରି ରଖିଛି । ଏହି କାର୍ଯ୍ୟକ୍ରମରେ କମ୍ୟୁନିଷ୍ଟ ନେତା ଦଣ୍ଡପାଣି ସାମଲ, ଯୁବ ସଂଘର ରାଜ୍ୟ ସଭାପତି ପ୍ରଦୀପ ସେଠୀ, ଜିଲ୍ଲା ସଂପାଦକ କାମଦେବ ନାହାକ, ମହମ୍ମଦ ଉସମାନ, ରୋହିତ ବିଶୋୟୀ, ମାଗୁଣି ବିଶୋୟୀ, ମହେନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା