ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଅବରୋଧ : ଜୟ ଶ୍ରୀରାମ ନାରାରେ ପ୍ରକମ୍ପନ

ବାଲେଶ୍ୱର(ସମୃଦ୍ଧଓଡିଶା)ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବସ୍‌ ନାହିଁ। ତେଣୁ କଲେଜ ଛାତ୍ରଛାତ୍ରୀମାନେ ତାତି ଗଲେ। ରାସ୍ତା ଅବରୋଧ କଲେ। ଅନ୍ୟ କଲେଜ ବସ୍‌ ଅଟକାଇଲେ। ଖବର ପାଇ ବିଡିଓ ଆସିବାରୁ ଛାତ୍ରଛାତ୍ରୀମାନେ କହିଲେ, ଜୟ ଶ୍ରୀରାମ। ଭଦ୍ରକ ଜିଲ୍ଲା ତିହିଡିରୁ ଆସିଛି ଏପରି ଚିତ୍ର।ଆଜି ରାଣୀତାଲ୍‌ରେ ଜିଲ୍ଲା ସ୍ତରୀୟ ନୂଆ-ଓ କାର୍ଯ୍ୟକ୍ରମ ହେଉଛି। ଏଥିରେ ଯୋଗଦେବା ପାଇଁ ଜିଲ୍ଲାର ସବୁ କଲେଜର ଛାତ୍ରଛାତ୍ରୀଙ୍କୁ କୁହାଯାଇଥିଲା। ତେଣୁ ଆଜି ସକାଳେ ତିହିଡ଼ି ପାଳିଆବନ୍ଧି ବିରଞ୍ଚି ନାରାୟଣ ମାଧବାର୍ଜୁନ୍‌ କଲେଜ(ବିଏନ୍‌ଏମ୍‌ଏ) ଛାତ୍ରଛାତ୍ରୀମାନେ କଲେଜରେ ପହଞ୍ଚି ଥିଲେ। ହେଲେ ରାଣୀତାଲ ଯିବା ପାଇଁ ବସ୍‌ ମିଳିଲା ନାହିଁ। ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ପିଲାଙ୍କ ଧର୍ଯ୍ୟର ବନ୍ଧ ଭାଙ୍ଗି ଯାଇଥିଲା।