ଭଞ୍ଜ ମଣ୍ଡପରେ ନବବର୍ଷ ସ୍ୱାଗତ ସାହିତ୍ୟ ସଭା…

ବ୍ରହ୍ମପୁର(ସମୃଦ୍ଧ ଓଡିଶା )ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ “ଜାତୀୟ ସଙ୍ଗୀତ କଳା କେନ୍ଦ୍ର” ପରିଚାଳିତ ‘ସାହିତ୍ୟ ସନ୍ଧ୍ୟା’ ତରଫରୁ ଇଂରାଜୀ ନବବର୍ଷ ୨୦୧୯କୁ ସ୍ୱାଗତ ଉପଲକ୍ଷେ ଏକ ସାହିତ୍ୟ ସଭା କଳାକେନ୍ଦ୍ର ପରିସରସ୍ଥ ‘ଭଞ୍ଜ ମଣ୍ଡପ’ ଠାରେ ଅନୁଷ୍ଠାନର ସଭାପତି କବିନିର୍ମାଲ୍ୟ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସାରସ୍ୱତ ସାଧକ ପ୍ରଫୁଲ୍ଲ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ସାହିତ୍ୟରେ ଇଂରାଜୀ ନବବର୍ଷର ଏକ ସୁନ୍ଦର ଆଲେଖ୍ୟ ଉପସ୍ଥାପନ କରିଥିଲେ । କବୀ ସୁଦ୍ଧାଞ୍ଜଳି ମିଶ୍ରଙ୍କ ସଂଯୋଜନା କ୍ରମେ ବହୁ କବି-କବୟିତ୍ରୀ ଯୋଗଦେଇ ନବବର୍ଷ ସ୍ୱାଗତ କବିତା ଓ ଗଳ୍ପ ପାଠ କରିଥିଲେ । ଏହି ଅବସରସରେ ବର୍ଷିୟାନ ତଥା ବରିଷ୍ଠ ସାରସ୍ୱତ ସାଧକ ଡା. ଗୋଦାବରୀଶ ଦାଶ, ଭଗବାନ ତ୍ରିପାଠୀ, ବୃନ୍ଦାବନ ପରିଡା ଏବଂ ଯୁବ କବି ନିତ୍ୟାନନ୍ଦ ପାଢ଼ୀଙ୍କୁ ଉତ୍ତରୀୟ ପ୍ରଦାନ ସହ କଳାକେନ୍ଦ୍ର ସଭାପତିଙ୍କ ତରଫେ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ କବିନିର୍ମାଲ୍ୟଙ୍କ ସଭାପତିତ୍ୱରେ ମନୋଜ୍ଞ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୁଖ୍ୟ ଅତିଥି, ଅଧ୍ୟାପକ ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବରେ ବ୍ରହ୍ମପୁର ଉନ୍ନୟନ କତ୍ତୃପକ୍ଷ ଅଧ୍ୟକ୍ଷ ସୁବାସ ମହାରଣା, ନାଟ୍ୟକାର ଉମାଚାରଣ ମିଶ୍ର, ଅଧ୍ୟାପକ ପ୍ରକାଶ ପାଣିଗ୍ରାହୀ, ସର୍ବଣ ପବ୍ଲିକ ସ୍କୁଲ ପରିଚାଳକ ପ୍ରଶାନ୍ତ ଦାଶ ପ୍ରମୁଖ ଯୋଗଦେଇ ସାଂସ୍କୃତିକ କ୍ଷେତ୍ରରେ କଳ।କେନ୍ଦ୍ରର ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଡା. ଚ୍ୟାଉ ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିବା ସହ କଳାକେନ୍ଦ୍ରର ପ୍ରେକ୍ଷ୍ୟାଳୟ ନିର୍ମାଣ ନିମନ୍ତେ ଦଶ ଲକ୍ଷ ଟଙ୍କାର ଅନୁଦାନ ଦେବାନିମନ୍ତେ ଘୋଷଣା କରିଥିଲେ ଏବଂ ନୃତ୍ୟଶିଳ୍ପୀମାନଙ୍କୁ ଉପହାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ କଳାକେନ୍ଦ୍ର ସମ୍ପାଦକ ସ୍ୱରଗୌରବ କୃଷ୍ଣ ପ୍ରସାଦ ସାବତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଭିତରେ କଲକେନ୍ଦ୍ରର ସଭାପତି ଶିକ୍ଷାପ୍ରଦୀପ ଦେବୀ ପ୍ରସାଦ ସାହୁଙ୍କ ୭୯ତମ ସ୍ଵନକ୍ଷତ୍ର ଦିବସ ପାଳନ ପୂର୍ବକ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ।ପରେ ପରେ ଉଦ୍ଘୋଷକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସଂଯୋଜନା କ୍ରମେ କଳାକେନ୍ଦ୍ର ଏବଂ ଅନ୍ୟାନ୍ୟ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ପରିଶେଷରେ କବି ସୁବାସ ଚନ୍ଦ୍ର ସାହୁ ରୋଶନ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥଲେ । ରିପୋର୍ଟ : ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା