ଭଞ୍ଜନଗରରେ ଇ -ଲୋକ ଅଦାଲତ ଅନୁଷ୍ଠିତ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଜର୍ଜ ଅଦାଲତ ପରିସରରେ ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ହେମନ୍ତ କୁମାର ସେଠୀଙ୍କ ଦ୍ୱାରା ମାଇକ୍ରୋ ଲେବେଲ ଇ ଲୋକ ଅଦାଲତ ଅନୁଷ୍ଠିତ ହୋଇ ୩୭ଗୋଟି କେସ ଫଇସଲା ହୋଇ ହିତାଧିକାରୀମାନଙ୍କୁ ୧ କୋଟି ୩୭ଲକ୍ଷ ୩ ହଜାର ୬୭୬ ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ହୋଇଛି । ମୁଖ୍ୟତଃ ମୋଟର ଦୃଘଟଣା ରେ ମୃତ୍ୟୁ ବରଣ କରିଥିବା ଓ କ୍ଷତିଗ୍ରସ୍ତ ହୋଇ ଥିବା ୩୦ ଗୋଟି କେସର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ହେମନ୍ତ କୁମାର ସେଠୀ ହିତାଧିକାରୀ ମାନଙ୍କୁ ୧ କୋଟି ୧୫ଲକ୍ଷ ୫ ହଜାର କ୍ଷତିପୂରଣ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ଷତି ପୂରଣ ଅର୍ଥ ଓରିଏଣ୍ଟାଲ, ନିଉ ଇଣ୍ଡିଆ, ଚୋଳ ମଣ୍ଡଳମ, ଏସ.ବି.ଆଇ ଲାଇଫ, ଶ୍ରୀରାମ ଫାଇନାନ୍ସ,ଓ ବିଭିନ୍ନ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ମାନ୍ୟବର ସବ-ଜର୍ଜ ସ୍ରୋତସ୍ପୀନ କର ୪ଟି କେସ ମଧ୍ୟରୁ ୩ଟି କେସର ବିଚାର କରି ବିଭିନ୍ନ ଆର୍ଥିକ ସଂସ୍ଥାକୁ ୨୧ ଲକ୍ଷ ୯୮ହଜାର ୬୭୬ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏସ.ଡି.ଜେ. ଏମ ବେଦ ପ୍ରକାଶ ୨ଟି ପାରିବାରିକ କେସ ଓ ୧ଗୋଟି ଏନ.ଆ ଇ. ଆକ୍ଟ କେସର ବିଚାର କରି ଫସିସଲା ଶୁଣେଇଛନ୍ତି । ତାଲୁକ ଆଇନ ସେବା କମିଟିର ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ତିଆଡି, ଅରୁଣ ପାଢ଼ୀ, ଦେବୀ ତ୍ରିପାଠୀ, ରଜନୀ ପଟ୍ଟନାୟକ, ଅଶ୍ୱନି ପାଣିଗ୍ରାହୀ, ନିରାକାର ସାହୁ, ସୁଧି ମହାପାତ୍ର, ବିଷ୍ଣୁ ପ୍ରଧାନ, ସମେତ ବହୁ ଆଇନଜୀବୀ କେସ ପରିଚାଳନା କରି ଥିଲେ ।